ବିଏସ୍ଏନ୍ଏଲ (BSNL) ସିମ୍ ରଖିଥିବା ଲୋକଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କଣ…

Published By : Prameya-News7 Bureau | October 17, 2019 IST

ବିଏସ୍‌ଏନ୍‌ଏଲ କମ୍ପାନୀ ୪ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି। ହେଲେ ଟେକ୍‌ନିକାଲ କାରଣ ଯୋଗୁଁ ବଡ ସହରରେ ଏହା ଆରମ୍ଭ ହେବା କଷ୍ଟକର। ସ୍ପକ୍‌ଟ୍ରମ ପ୍ରସ୍ତୁତି ନହେଲା ଯାଏଁ ଏହା ବଡ ଧରଣରେ ବ୍ୟବହାର କରାଯାଇପାରିବ ନାହିଁ। ହେଲେ ବିଏସ୍‌ଏନ୍‌ଏଲ ୧୦୦ ବିଟିଏସ୍‌ ସହ ୪ଜି ଆରମ୍ଭ କରିଛି। କମ୍ପାନୀ ଅନୁସାରେ କୋଲକାତା ସର୍କଲ କଭର କରିବା ପାଇଁ ୧୬୦୦ ବିଟିଏସର ଆବଶ୍ୟକତା ଅଛି।

ପଶ୍ଚିମ ବଙ୍ଗର ବିଏସ୍‌ଏନ୍‌ଏଲ ସିଜିଏମ୍‌ ରମାକାନ୍ତ ଶର୍ମା କହିଛନ୍ତି ଯେ, ସିକ୍କିମ୍‌ରେ ବିଏସ୍‌ଏନ୍‌ଏଲ ୪ଜି ଲଂଚ କରାଯାଇଛି। ୪ଜି ସ୍ପେକଟ୍ରମ ଆସିବା ପରେ ଆଗାମୀ ୨ ମାସ ମଧ୍ୟରେ ଏହା ପୁରା ପଶ୍ଚିମ ବଙ୍ଗରେ ଲାଗୁ ହୋଇପାରିବ। ରିପୋର୍ଟ ଅନୁସାରେ ଏହାର ପରୀକ୍ଷଣ ସହର ବାହାରେ କରାଯାଇଥିଲା ଓ ସ୍ପେକ୍‌ଟ୍ରମ ଆସିବା ପରେ ବିଏସ୍‌ଏନ୍‌ଏଲ ୪ଜି ଲଂଚ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.