oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

୭୩ ଲକ୍ଷ ପେନସନଭୋଗୀଙ୍କ ପାଇଁ ଖୁସିଖବର, EPFO ଆରମ୍ଭ କଲା ଏହି ସୁବିଧା

30/07/2022 at 8:23 PM

ନୂଆଦିଲ୍ଲୀ: ୭୩ ଲକ୍ଷ ପେନସନଭୋଗୀଙ୍କ ପାଇଁ ନୂଆ ସୁବିଧା ଆରମ୍ଭ କରିଛି ଇପିଏଫଓ । ଏଣିକି ପେନସନଭୋଗୀ ନିଜର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ପାଇଁ ଚେହେରା ଚିହ୍ନଟ ସୁବିଧାର ଲାଭ ନେଇ ପାରିବେ । ଏହା ସେହି ପେନସନଧାରୀଙ୍କୁ ଲାଭ ପହଞ୍ଚାଇବା, ଯେଉଁମାନେ ଜୀବନ ପ୍ରମାଣପତ୍ର ଦାଖଲ କରିବା ସମୟରେ ବୃଦ୍ଧାବସ୍ଥା କାରଣରୁ ନିଜର ବାୟୋ ମେଟ୍ରିକ ସହ ମେଳ କରାଇବାରେ ଅସୁବିଧାର ସାମ୍ନା କରୁଛନ୍ତି।

ପେନସନଭୋଗୀ ଯେକୌଣସି ସ୍ଥାନରୁ ଏହାର ଲାଭ ଉଠାଇ ପାରିବେ । ଉଲ୍ଲେଖଯୋଗ୍ୟ ଯେ, ପେନସନ ପାଇବା ପାଇଁ ପ୍ରତି ବର୍ଷ ଜୀବନ ପ୍ରମାଣ ପତ୍ର କରିବାକୁ ପଡିଥାଏ । ଏହା ଜରିଆରେ ଜୀବିତ ଥିବାର ପ୍ରମାଣ ଦିଆଯାଇଥାଏ ।

କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ପେନସନଭୋଗୀଙ୍କ ପାଇଁ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ପେନସନ ଏବଂ କର୍ମଚାରୀଙ୍କ ଜମା ସହ ଜଡିତ ବୀମା ଯୋଜନା କ୍ୟାଲକୁଲେଟର ଲଞ୍ଚ କରିଛନ୍ତି । ଏହି କ୍ୟାଲକୁଲେଟର ଜରିଆରେ ପେନସନଭୋଗୀ ଏବଂ ପରିବାର ସଦସ୍ୟଙ୍କ ପେନସନ କିମ୍ୱା ମୃତ୍ୟୁ ସହ ଜଡିତ ବୀମାର ଲାଭ ଗଣତି କରିବାରେ ଅନଲାଇନ ସୁବିଧା ମିଳିପାରିବ।

   Related Posts