ହ୍ବାଟସଆପରେ ଗୁଡମର୍ଣ୍ଣିଙ୍ଗ୍ ମ୍ୟାସେଜର ରିପ୍ଲାଇ ଦେବା ପଡ଼ିଲା ମହଙ୍ଗା : ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରିଦେଲା ସ୍ବାମୀ

Published By : Prameya-News7 Bureau | February 27, 2020 IST

ଅନେକ ଲୋକଙ୍କୁ ସକାଳେ ଗୁଡ ମର୍ଣ୍ଣିଙ୍ଗ୍ ମ୍ୟାସେଜ ମିଳିଲେ ଅତ୍ୟନ୍ତ ଖୁସି ଲାଗିଥାଏ। କିନ୍ତୁ ଏପରି ଏକ ମାମଲା ସାମନାକୁ ଆସିଛି ଯେଉଁଠାରେ ଏକ ଗୁଡ ମର୍ଣ୍ଣିଙ୍ଗ୍ ମ୍ୟାସେଜ ଜଣେ ଯୁବକଙ୍କ ଜୀବନ ନେଇଛି। ସେ କେବେ ଭାବିନଥିଲେ ଯେ ଏକ ମ୍ୟାସେଜର ରିପ୍ଲାଇ ଦେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ।

ଏହି ଘଟଣାଟି ଘଟିଛି ଝାଡ଼ଖଣ୍ଡର ହଜାରିବାଗ ସହରର କଟକମଦାଗ ଥାନା ଅଞ୍ଚଳରେ। ଏଠାରେ ଜଣେ ଯୁବକ ସୁଲତାନା ଗାଁରେ ରହୁଥିବା ମହିଳାଙ୍କ ମ୍ୟାସେଜର ରିପ୍ଲାଇ ଦେଇଥିଲେ। ଯାହା ଫଳରେ ରାଗିଯାଇ ମହିଳାଙ୍କ ସ୍ବାମୀ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା।

କୁହାଯାଉଛି ଯେ ମୃତ୍ୟୁବରଣ କରିଥିବା ଯୁବକଙ୍କ ନାଁ ମହମ୍ମଦ ସଲମାନ ଅନସାରୀ। ତାଙ୍କୁ ମାତ୍ର ୨୪ବର୍ଷ ହୋଇଥିଲା। ସଲମାନ ସୁଲତାନା ଗାଁରେ ରହୁଥିଲା। ସଲମାନଙ୍କ ପରିବାର ଲୋକେ କହିଥିଲେ ଯେ ୧୫ଦିନ ତଳେ ସଲମାନଙ୍କ ବିବାହ ହୋଇଥିଲା।

ସେମାନେ କହିଥିଲେ ଯେ ଦୁଇ ଦିନ ତଳେ ବଡ଼କାଗାଁରେ ରହୁଥିବା ଯୁବତୀଙ୍କ ଗୁଡ ମର୍ଣ୍ଣିଙ୍ଗ୍ ମ୍ୟାସେଜ ଆସିଥିଲା। ମୃତକ ସଲମାନଙ୍କ ପତ୍ନୀ ନିଜ ସାଙ୍ଗଙ୍କ ମ୍ୟାସେଜ ଭାବି ତାଙ୍କୁ ରିପ୍ଲାଇ କରିଥିଲେ। ଯୁବତୀଙ୍କ ବାପଘର ମଧ୍ୟ ସୁଲତାନା ଗାଁରେ ଥିଲା।

ଅଭିଯୁକ୍ତ ଫୈଜଲ୍ ଯେତେବେଳେ ମ୍ୟାସେଜ ଦେଖିଥିଲେ ସେ ତାଙ୍କ ପତ୍ନୀଙ୍କୁ ପଚରାଉଚୁରା କରିଥିଲା। ଏହା ପରେ ଯୁବତୀ ତାଙ୍କୁ କହିଥିଲେ ଏହି ନମ୍ବର ତାଙ୍କ ବାପଘରେ ରହୁଥିବା ସଲମାନର।

ଏକଥାରେ ରାଗିଯାଇ ଅଭିଯୁକ୍ତ ଫୈଜଲ୍ ନିଜ ଭାଇ ଏବଂ ଦୁଇଜଣ ବ୍ୟକ୍ତିଙ୍କୁ ନେଇ ସୁଲତାନାରେ ପହଞ୍ଚିଥିଲା। ଏହା ପରେ ଯୁବତୀଙ୍କ ବାପା ଏବଂ କେତେକ ଲୋକଙ୍କ ସହ ମିଶି ଅଭିଯୁକ୍ତ ଫୈଜଲ୍ ସଲମାନଙ୍କ ଘରେ ପହଞ୍ଚି ପଚରାଉଚୁରା କରିଥିଲେ।

ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ମାମଲା ଏତେ ବଢ଼ିଗଲା ଯେ ଫୈଜଲ୍ ରାଗିଯାଇ ସଲମାନଙ୍କୁ ଛୁରି ଭୁଷି ଦେଇଥିଲା। ସଲମାନ ଆହତ ହୋଇ ତଳେ ପଡ଼ିଯାଇଥିଲେ। ଏହା ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପରିବାର ଲୋକେ ସଲମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ କିନ୍ତୁ ଚିକିତ୍ସା ଚାଲିଥିବା ସମୟରେ ସଲମାନଙ୍କ ଜୀବନ ଚାଲିଯାଇଥିଲା। ଏହା ପରେ ଅସନ୍ତୁଷ୍ଟ ଗାଁଲୋକେ ଏବଂ ପରିବାର ଲୋକେ ହଜାରିବାଗ-ସିମରିୟା ରାସ୍ତା ଅବରୋଧ କରିଥିଲେ। ପୋଲିସ୍ ମାମଲାର ଗମ୍ଭୀରତାକୁ ଦେଖି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଏବଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.