suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଚାଲିଯାଇଛି ‘ଗୋନି’, ପଛରେ ଛାଡି ଯାଇଛି ଯନ୍ତ୍ରଣା, ଆସୁଛି ଆଉ ଏକ ବାତ୍ୟା

2/11/2020 at 8:32 PM

ମାନିଲା ୨।୧୧: ସାମୁଦ୍ରିକ ବାତ୍ୟା ‘ଗୋନି’ ଥମିଛି। ତେବେ ଯେଉଁ ସ୍ଥାନରେ ସାମୁଦ୍ରିକ ଝଡ ସ୍ଥଳଭାଗକୁ ପ୍ରବେଶ କରିଥିଲା ସେ ସ୍ଥାନକୁ ଏବେବି ଅପହଞ୍ଚ ଥିବା ରେଡକ୍ରସ ଅଧ୍ୟକ୍ଷ ଡିକ୍‌ ଗୋର୍ଡନ କହିଛନ୍ତି। ସୁପର ଟାଇଫୁନ ଗୋନି ରବିବାର ସକାଳେ ପୂର୍ବ ଉପକୂଳ ପ୍ରୋଭିନ୍ସ କାଟାଣ୍ଡୁଆନ୍ସର ବିରାକ୍‌ ସହରରେ ଭୂ-ଭାଗକୁ ପ୍ରବେଶ କରିଥିଲା। ୨୪ ଘଣ୍ଟା ପରେ ବି ଦ୍ୱୀପକୁ ଯୋଗାଯୋଗ କରାଯାଇ ପାରିନଥିବା ବେଳେ ସେଠାକାର ବାତ୍ୟା ପର ପରିସ୍ଥିତି ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ। ତେବେ ଏଠାରେ ଅନୁନ୍ୟ ୯୦ ପ୍ରତିଶତ କ୍ଷୟକ୍ଷତି ହୋଇଥାଇପାରେ ବୋଲି ରେଡକ୍ରସ ଅଧ୍ୟକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି।

ରେଡକ୍ରସର ଯେଉଁ କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ରହି ରିଲିଫ ଓ ଉଦ୍ଧାର ପରିଚାଳନା କରୁଛନ୍ତି ସେମାନଙ୍କ ଆକଳନ ଅନୁସାରେ ବିରାକ୍‌ ମ୍ୟୁନସିପାଲ୍ଟିର ୮୦ରୁ ୯୦ ପ୍ରତିଶତ ନିର୍ମାଣ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ୨୦୧୩ ମସିହାରେ ଫିଲପାଇନ୍ସ ଉପରେ ପ୍ରବାହିତ ହୋଇଥିବା ହୈୟାନ ପରେ ଗୋନିକୁ ଦ୍ୱିତୀୟ ଭୟାନକଦୁର୍ବିପାକ୍ ଭାବେ ଏବେ ବର୍ଣ୍ଣନା କରାଯାଉଛି। କାଟାଣ୍ଡୁଆନ୍ସରେ ଅନୁନ୍ୟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସମଗ୍ର ଦ୍ୱିପାଞ୍ଚଳ ବିଦ୍ୟୁତ, ପାନୀୟଜଳ ଯୋଗାଣ ଓ ମୋବାଇଲ ନେଟୱାର୍କରୁ ବିଛିନ୍ନ ରହିଛି।

ଫିଲପାଇନ୍ସ ସୋସିଆଲ ମିଡିଆରେ ଏବେ  ‘ହ୍ୱେର ଇଜ୍ କାଣ୍ଟାନଡୁଆନ୍ସ’ ହାସ୍ ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଯେଉଁଥିରେ ଲୋକେ କାଟାଣ୍ଡୁାନ୍ସର କ୍ଷୟକ୍ଷତି ଜାଣିବାକୁ ଉତ୍କଣ୍ଠିତଥିବା ବେଳେ ସ୍ଥାନୀୟ ଗଣମାଧ୍ୟମଙ୍କୁ ତୁରନ୍ତ ସୂଚନା ପ୍ରଦାନ ଲାଗି ନିବେଦନ କରୁଛନ୍ତି। ଏଥିରୁ ଗୋନିର ଭୟାବହତାକୁ ସହଜରେ ଅନୁମାନ କରାଯାଇ ପାରେ ବୋଲି ଗୋର୍ଡନ କହିଛନ୍ତି। କାଟାଣ୍ଡୁଆନ୍ସ ପରେ ଆଲବେ  ଦ୍ୱିତୀୟ ପ୍ରଭାବିତ ଅଞ୍ଚଳ। ଏଠାରେ ଅନୁନ୍ୟ ୧୪ ଜଣ ସାମୁଦ୍ରିକ ଝଡ଼ବାତ୍ୟାରେ ପ୍ରାଣ ହରାଇଛନ୍ତି।

ଏହି ପ୍ରୋଭିନ୍ସର ଗୁଇନୋବାଟନ୍ ମ୍ୟୁନସିପାଲ୍ଟିରେ ଅନୁନ୍ୟ ୩୦୦ ଘର ଆଗ୍ନେୟଗିରି ଆବର୍ଜନାରେ ପୋତି ହୋଇପଡିଛି। ଏଠାରେ ମଧ୍ୟ ଧନଜୀବନ ହାନୀର ଆଶଙ୍କା କରାଯାଉଛି। କାରଣ ଲୋକେ ପୋତି ହୋଇଯାଇଥିବାର ଆଶଙ୍କା କରାଯାଉଛି। ବାତ୍ୟା ଯୋଗୁ ୩ଲକ୍ଷ ୭୦ ହଜାର ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି। ହଜାର ହଜାର ଘର ବିଧ୍ୱଂସ୍ତ ହୋଇଥିଲେ ହେଁ ରାଜଧାନୀ ମାନିଲା ଅଳ୍ପକେ ବର୍ତ୍ତି ଯାଇଛି। ତେବେ ଏତିକିରେ ଶାନ୍ତ ହୋଇନି ପ୍ରକୃତି। ପାଣିପାଗ ବିଭାଗ ଏବେ ଲ୍ୟୁଜନ ମୁହାଁଇଥିବା ବାତ୍ୟା ‘ଅଟସାନୀ’ ଉପରେ ନଜର ରଖିଥିବା କହିଛନ୍ତି।

   Related Posts