ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆଉ ନାହାନ୍ତି ଓଡ଼ିଆ ସିନେ ପ୍ରଯୋଜକ ରାଧାନାଥ ଭଟ୍ଟ; ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

27/08/2022 at 5:55 PM

କଟକ ୨୭/୦୮: ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍‌ ପ୍ରଯୋଜକ ରାଧାନାଥ ଭଟ୍ଟ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ଅପରାହ୍ଣ ୨ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ନିମୋନିଆ ରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେମା ଜଗତରେ ଏକ ଅୁପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି। ମୃତ୍ୟୁ ପରେ ଅନେକ ଓଡ଼ିଆ ସିନେ ଅଭିନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ମୃତ୍ୟୁ ଶଜ୍ଜା ପାଖରେ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।  ତାଙ୍କ ଅମର ଆତ୍ମାର ସଦଗତି ପାଇଁ ବରିଷ୍ଠ ସିନେ ଅଭିନେତା ତଥା ପ୍ରଯୋଜକ ପ୍ରାର୍ଥନା କରିଛନ୍ତି। ସେ ବହୁ ଓଡ଼ିଆ ଚଳଚଚ୍ଚିତ୍ର ଯଥା ବଳିଦାନ, ସ୍ୱପ୍ନସାଗର,ଡୋରା ଭଳି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ

   Related Posts