ବିଜେପି ସାଂସଦ ପ୍ରାର୍ଥୀଙ୍କ ରୋଡ୍ ଶୋ’ ବେଳେ ଦୁର୍ଘଟଣା ! ୩ଜଣଙ୍କୁ ଟାଣି ନେଲା କାର୍, ୨ମୃତ, ଜଣେ ଗୁରୁତର

Published By : Prameya-News7 Bureau | May 29, 2024 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କେସରଗଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା । ଲୋକଙ୍କ ଉପରେ ଚଢିଗଲା ବିଜେପି ଲୋକସଭା ପ୍ରାର୍ଥୀ କରଣଭୂଷଣ ସିଂହଙ୍କ ରୋଡ୍ ଶୋ' କାଫିଲା ଗାଡ଼ି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କ ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।  

ବୁଧବାର ସକାଳୁ ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କରନୈଲଗଞ୍ଜ- ହୁଜୁପୁର ରାସ୍ତାରେ ହିଟ୍ ଆଣ୍ଡ୍ ରନ୍ କେସ୍ ସାମ୍ନାକୁ ଆସିଛି । ଛତଈପୁରଓ୍ବ ସ୍ଥିତ ବୈକୁଣ୍ଠ ଡିଗ୍ରୀ କଲେଜ୍ ନିକଟରେ ସାଂସଦ ପ୍ରାର୍ଥୀ କରଣଭୂଷଣ ସିଂହଙ୍କ ଗାଡ଼ି ଦ୍ରୁତଗତିରେ ଆସି ରୋଡ୍ ଶୋ’ସାମିଲ୍ ଥିବା ଏକ ମଟର ସାଇକେଲରୁ ଧକ୍କା ଦେଇଥିଲେ । ପରେ ବାଇକ୍ ସହ ୩ଜଣଙ୍କୁ ଘୋଷାଡ଼ି ନେଇଥିଲା କରଣଭୂଷଣଙ୍କ କାଫିଲାରେ ଥିବା ଏକ ଫର୍ଚ୍ୟୁନର କାର୍ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । କିଛି ଲୋକ ସାଂସଦ ପ୍ରାର୍ଥୀଙ୍କ ଗାଡ଼ିକୁ ପୋଡିବାକୁ ଚେଷ୍ଟ କରିଥିଲେ ।  

ଦୁର୍ଘଟଣା ଖବର ମିଳିବା କ୍ଷଣି କଟରବଜାର, ପରସପୁର, କରନୈଲଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । କରନୈଲଗଞ୍ଜ- ହୁଜୁପୁର ରାସ୍ତାରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଜାମ୍ ଲାଗିଥିଲା । କୈଶରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ ହେଉଛନ୍ତି କରଣଭୂଷଣ ସିଂହ । ସେ ଏବେ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି । କରଣଭୂଷଣଙ୍କ ରୋଡ୍ ଶୋ’ କାଫିଲାରେ ଚାଲୁଥିବା ପୋଲିସ୍ ସ୍ପର୍ଟ ଫର୍ଚ୍ୟୁନର ଗାଡ଼ି ବାଇକ୍ ଚାଳକଙ୍କ ଉପରେ ମାଡ଼ି ଯାଇଥିଲା । କାର୍ ୩ଜଣଙ୍କୁ ଘୋଷାଡ଼ି ନେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହକ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.