oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

‘ଗୋଲମାଲ୍’ ଫେମ୍ ଅଭିନେତ୍ରୀ ମଞ୍ଜୁ ସିଂହଙ୍କ ପରଲୋକ, ଦୂରଦର୍ଶନ ପାଇଁ କରିଥିଲେ ଅନେକ ଧାରାବାହିକ

16/04/2022 at 6:37 PM

ମୁମ୍ବାଇ ୧୬।୪: ବରିଷ୍ଠ ଟିଭି ଅଭିନେତ୍ରୀ ମଞ୍ଜୁ ସିଂହଙ୍କ ପରଲୋକ । ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଶନିବାର ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗୁରୁବାର ମୁମ୍ବାଇରେ ହୃଦ୍‌ଘାତ ଯୋଗୁଁ ତାଙ୍କର ପରଲୋକ ଘଟିଛି।

ମଞ୍ଜୁ ସିଂହ ୧୯୮୦ ଦଶକ ଆରମ୍ଭରେ ଛୋଟ ପରଦାରେ ପ୍ରଥମ ପ୍ରାୟୋଜିତ କାର୍ଯ୍ୟକ୍ରମ ‘ଶୋ ଥିମ୍’ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ । ମଞ୍ଜୁ ସିଂହଙ୍କୁ ଋଷିକେଶ ମୁଖାର୍ଜୀଙ୍କ ୧୯୭୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଗୋଲମାଲ’ ପାଇଁ ବେଶ୍ ପରିଚିତ । ସେ ଏହି ଫିଲ୍ମରେ ରତ୍ନା ନାମକ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବେଶ୍ ଜଣାଶୁଣା ଥିଲେ ।

ଏହା ବ୍ୟତୀତ ସେ ଦୂରଦର୍ଶନରେ ଧାରାବାହିକ, ପିଲାଙ୍କ ଶୋ, ଆଧ୍ୟାତ୍ମିକରୁ ସକ୍ରିୟତା, ଅନ୍ୟ ସାର୍ଥକ ବିଷୟଠାରୁ ନେଇ କେତେକ ଟେଲିଭିଜନ କାର୍ଯ୍ୟକ୍ରମ ପ୍ରଡ୍ୟୁସ କରିଥିଲେ । ସେଥି ମଧ୍ୟରେ ‘ଏକ୍ କାହାନୀ’, ‘ସ୍ବରାଜ’, ‘ଅଧିକାର’ ଭଳି କାର୍ଯ୍ୟକ୍ରମ  ସାମିଲ ଥିଲା । ପିଲାଙ୍କ ଶୋ ‘ଖେଲ୍ ଖିଲାଡୀ’ରେ ଆଙ୍କରିଙ୍ଗ କରିଥିଲେ । ଯେଉଁ ଶୋ ସେହି ସମୟରେ ବହୁତ ଦିନ ଧରି ଚାଲିଥିଲା । ମଞ୍ଜୁ ସିଂହ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଥିଲେ ।

   Related Posts