ସୁନାର ମିଠା, କିଲୋ ୯୦୦୦ : ସୁରଟର ମିଠା ଦୋକାନରେ ଚାନ୍ଦି ପାଦଭୋ ଉତ୍ସବ ପାଇଁ ଆସିଛି ସ୍ୱତନ୍ତ୍ର ମିଠେଇ
1/11/2020 at 2:36 PM

ସୁରଟ,୧/୧୧: ସୁରଟର ଏକ ମିଠା ଦୋକାନ ପକ୍ଷରୁ ନିଆରା ମିଠା ପ୍ରସ୍ତୁତ କରାଯାଇଛି । ଏହି ମିଠାର ନାଁ ରଖାଯାଇଛି ଗୋଲ୍ଡ ଗାରି । ଚାନ୍ଦି ପାଦଭୋ ପର୍ବକୁ ନଜରରେ ରଖି ଏହି ମିଠା ପ୍ରସ୍ତୁତ ହୋଇଛି । ଏହା ଶାରଦା ପୂର୍ଣ୍ଣିମାର ଗୋଟିଏ ଦିନ ପରେ ପଡିଥାଏ ।
ମିଠା ଦୋକାନର ମାଲିକ ରୋହନ କହିଛନ୍ତି ଯେ, ଏହି ମିଠାର ଦାମ୍ କିଲୋ ପିଛା ୯ ହଜାର ଟଙ୍କା । ତେବେ ସାଧାରଣ ଭାବେ ଘାରି ୬୬୦ରୁ ୮୨୦ ଟଙ୍କାରେ କିଲୋ ପିଛା ବିକ୍ରି ହୋଇଥାଏ । ଏହି ନୂଆ ଗୋଲ୍ଡ ଘାରି ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ ।
Gujarat: Ahead of Chandi Padvo, a festival falling a day after Sharad Poornima, a sweet shop in Surat has launched 'Gold Ghari' -a different version of ghari, a sweet dish from Surat. Shop owner says, "It is available at Rs 9000/kg. Normal ghari is available at Rs 660-820 per kg" pic.twitter.com/7jkXVfCls2
— ANI (@ANI) October 30, 2020
ସେ ଆହୁରି କହିଛନ୍ତି ଯେ, ସୁନାକୁ ଆୟୁର୍ବେଦରେ ଅନେକ ଗୁରୁତ୍ୱ ଦିଆଯାଏ । ମିଠା ବଜାରକୁ ଆସିବାର ୩ ଦିନ ବିତି ଯାଇଛି । ତେବେ ଏହାର ଚାହିଦା ଆଶାନୂରୂପକ ହୋଇନାହିଁ । କାରଣ ଏବେ ବଜାର ମାନ୍ଦା ରହିଛି । ତେବେ ଆଗକୁ ବେପାର ଭଲ ହେବ ବୋଲି ସେ କହିଛନ୍ତି ।