scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଣତନ୍ତ୍ର ଦିବସରେ ଉଡ଼ିବ ସୁନାର ଗୁଡ଼ି, ଦାମ୍‌ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

13/01/2023 at 9:12 AM

ନୂଆଦିଲ୍ଳୀ, ୧୩/୦୧: ଗଣତନ୍ତ୍ର ଦିବସରେ ଦେଶରେ ସବୁଆଡ଼େ ଖୁସିର ମାହୋଲ ଥାଏ। କିନ୍ତୁ ମେରଠରେ ଚଳିତ ଥର ଗଣତନ୍ତ୍ର ଦିବସକୁ ଖାସ୍‌ ଉପାୟରେ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଛି। ଏଠାରେ ଏକ ସ୍ବତନ୍ତ୍ର ଗୁଡ଼ି ଉଡ଼ାଯିବାର ଯୋଜନା କରାଯାଇଛି। ଏଥିରେ ବିଶେଷ ଗୁଡ଼ି ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ଏହି ଗୁଡ଼ିଟି ତିଆରି ହୋଇଛି ସୁନାରେ। ଏହାର ଦାମ୍ ମଧ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

ଗଣତନ୍ତ୍ର ଦିବସ ଅବସରେ ଉଡ଼ାଯିବାକୁ ଥିବା ଏହି ଗୁଡ଼ିର ଦାମ୍‌ ହେଉଛି ୨୧ ଲକ୍ଷ। ଏହି ଗୁଡ଼ି ଉଡ଼ାଇ ମେରଠରେ ଗଣତନ୍ତ୍ର ଦିବସର ଉତ୍ସବ ପାଳନ କରାଯିବ। ଆଉ ଏବେ ଏହି ବିଶେଷ ପ୍ରକାରର ଗୁଡ଼ିର ଦାମ୍ ଯେ କେହିବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି।

ସୂଚନାଥାଉ ମେରଟର ଜଣେ ସୁନା ବ୍ୟବସାୟୀ ୨୧ ଲକ୍ଷର ଗୁଡ଼ି ତିଆରି କରିଛନ୍ତି। ଏହି ଗୁଡ଼ିକୁ ୭ ଜଣ କାରିଗରେ ୧୬ ଦିନରେ  ପ୍ରସ୍ତୁତ କରିଛନ୍ତି। ଏହାର ବିଶେଷତ୍ବ ହେଉଛି ଯେ ଏହା ଉପରେ ସୁନାର ପରସ୍ତ ଦିଆଯାଇଛି। ଏହାର ଡୋର ଏବଂ ଚରଖା ମଧ୍ୟ ସୁନାରେ ତିଆରି ହୋଇଛି।

   Related Posts