ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଗୋଲ୍ଡେନ୍‌ କପ୍‌ କ୍ରିକେଟ୍‌ ଫାଇନାଲ୍‌ ମ୍ୟାଚ୍‌; ଯୋଗଦେଲେ ଆନ୍ତର୍ଜାତୀୟ କ୍ରିକେଟର ସୌରଭ ତିୱାରି

30/01/2023 at 7:26 PM

ଆନନ୍ଦପୁର ୩୦/୦୧: ଆନନ୍ଦପୁର ଉପଖଣ୍ଡ ଅଳତୀ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୨୯ତମ ଗୋଲଡେନ୍ କପ୍ କ୍ରିକେଟ୍ ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଆନ୍ତଜାତିୟ କ୍ରିକେଟର ସୌରଭ ତିୱାରି। ସୌରଭଙ୍କୁ ଦେଖିବାକୁ ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କ ନାହିଁ ନଥିବା ଭିଡ ଜମିଥିଲା। ଗ୍ରାମ ସ୍ତରରେ ଏହି କ୍ରିକେଟ ମ୍ୟାଚର ଆୟୋଜନକୁ ନେଇ ସୌରଭ ପ୍ରସଂଶା କରିଥିଲେ।

ଏହାସହିତ ଓଡିଶାକୁ କ୍ରିକେଟ୍ ଖେଳିବାକୁ ଅନେକ ଥର ଆସିଥିବା ସେ କହିଛନ୍ତି। ଖେଳ ମାଧ୍ୟମରେ ଏଠାରେ ତାଙ୍କର ଅନେକ ବନ୍ଧୁ ରହିଥିବା ସୌରଭ ଜଣାଇଥିଲେ। ଆୟୋଜିତ ଫାଇନାଲ୍ ମ୍ୟାଚ୍‌ ଏମଏମସିସି ସମ୍ବଲପୁର ଓ ରାଇଜିଙ୍ଗ୍‌ ଷ୍ଟୁଡେଣ୍ଟ କଟକ ମଧ୍ୟରେ ହୋଇଥିଲା। ଏଥିରେ ସମ୍ବଲପୁରକୁ ୨ ଉଇକେଟ୍‌ରେ ହରାଇ ରାଇଜିଂ ଷ୍ଟୁଡେଣ୍ଟ କଟକ ଚମ୍ପିଆନ ହୋଇଛି।

   Related Posts