ମିଗ୍‌ଜୋମ ପ୍ରଭାବରେ ଅଦିନିଆ ବର୍ଷା: କ୍ଷେତରେ ଭିଜୁଛି ଧାନ, ଚିନ୍ତାରେ ଚାଷୀ

Published By : Prameya-News7 Bureau | December 07, 2023 IST

ଆନନ୍ଦପୁର ୦୭/୧୨: ବର୍ଷାରେ ଭିଜୁଛି ଚାଷୀର ସୁନାର ଫସଲ । ପ୍ରଥମେ ନିଅଣ୍ଟିଆ ବର୍ଷାରେ ଜୁଝି ହୋଇଥିବା ଚାଷୀ ଧାନ ଅମଳ ସମୟରେ ବାତ୍ୟା ମିଗଜୋମ ପ୍ରଭାବରୁ ହେଉଥିବା ବର୍ଷାରେ ଭାସୁଥିବା ଧାନକୁ ଦେଖି ଚିନ୍ତାରେ।

ବର୍ତ୍ତମାନ ଧାନ ଅମଳର ସମୟ ହୋଇଥିବା ବେଳେ କେଉଁ ଚାଷୀ ଧାନ କାଟି ଚାଷ ଜମିରେ ପକାଇଛି ତ କିଏ କଳେହି ବାନ୍ଧି ରଖିଛି ଘରକୁ ନେବା ପାଇଁ ରଖିଛି । ହେଲେ କାମ କରିବାକୁ ଲୋକ ମିଳୁନଥିବାରୁ ମୁଣ୍ଡରେ ହାତ ଦେଇ ବସି ରହିଛି ଚାଷୀ । ବାତ୍ୟା ପ୍ରଭାବରୁ ଗତକାଲି ଠାରୁ ଆନନ୍ଦପୁରରେ ଝିପଝିପ ବର୍ଷା ଲାଗି ରହିଛି । ଯଦି ବର୍ଷାର ପରିମାଣ ବଢ଼େ ତେବେ ଚାଷ ଜମିରେ ଧାନ ଗଜା ହେଇଯିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି।

wp:embed {"url":"https://www.prameyanews7.com/road-block-due-to-landslides-at-narayanpatna/","type":"wp-embed","providerNameSlug":"prameya-news-7"}
https://www.prameyanews7.com/road-block-due-to-landslides-at-narayanpatna/
/wp:embed

ସୂଚନା ଥାଉକି, ବାତ୍ୟା ମିଗ୍‌ଜୋମ ପ୍ରଭାବରେ ଲାଗି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ କୋହଲିଆ ପାଗ ବି ରହିଛି । ଫଳରେ ଏହି ବର୍ଷା ଏବେ ଚାଷୀଙ୍କ ଚିନ୍ତାଙ୍କୁ ବଢାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.