WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉତ୍ସବ ଋତୁରେ ଶସ୍ତା ରହିବ ସୁନା, କିଣିବା ପାଇଁ ଅପୂର୍ବ ସୁଯୋଗ

23/09/2023 at 8:41 PM

ନୂଆଦିଲ୍ଲୀ ୨୩।୯: ଦେଶରେ ରାକ୍ଷୀ ପୂର୍ଣ୍ଣିମାରୁ ଉତ୍ସବ ଋତୁ ଆରମ୍ଭ ହୋଇଥାଏ, ଯାହା ଦୀପାବଳି ପରେ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଜାରି ଥାଏ। ଏହି ଅବସରରେ ତମାମ ଶୁଭ କ୍ରୟ ସହିତ ଲୋକେ ସେମାନଙ୍କ ସୁନା ଗହଣା କିଣା ଲାଳସାକୁ ମଧ୍ୟ ପୂରଣ କରିଥାନ୍ତି। ଏଥିରେ ଚଳିତ ଉତ୍ସବ ଋତୁରେ ସୁନା କିଣିବା ଶସ୍ତା ହେବ କି ମହଙ୍ଗା  ହେବ ଆସନ୍ତୁ ଜାଣିବା।

ଚଳିତବର୍ଷ ସୁନା ମୂଲ୍ୟ ଉପରେ ଚାପ ଦେଖାଯାଉଛି। ଆମେରିକା ଫେଡେରାଲ ରିଜର୍ଭ ଲଗାତାର ସୁଧହାର ବଢେଇ ଚାଲିଛନ୍ତି। ଏଥିରେ ଡଲାର ମଜଭୁତ ହେଉଥିବା ବେଳେ ସୁନା ପ୍ରତି ନିବେଶକଙ୍କ ଆଗ୍ରହ ହ୍ରାସ ହୋଇଛି। ଏଣୁ ସୁନା ଦର ନରମ ରହୁଥିବା ଦେଖା ଯାଉଛି। ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ପ୍ରତି ଆଉନ୍ସ ସୁନା ଦର ୧୯୨୦ରୁ ୧,୯୮୦ ଡଲାର ମଧ୍ୟରେ ରହିଛି।

ଭାରତରେ ଏବେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଛି। ହେଲେ ଲୋକେ ନବରାତ୍ରରୁ ଦୀପାବଳି ମଧ୍ୟରେ ଅଧିକ ସୁନା ଅଳଙ୍କାର କିଣାକିଣି କରିଥାନ୍ତି। ଏଥିରେ ଧନତେରସ ଦିନ ସୁନା କିଣିବା ଅଧିକ ଶୁଭ ମନେ କରାଯାଇଥାଏ। ଏଣୁ ସେହି ସମୟରେ ସୁନା ଦର ବଢିବାର ଆଶଙ୍କା କରାଯାଉଛି। ହେଲେ ଆମେରିକା ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କରିଥିବାରୁ ସୁନା ଦରରେ ନରମ ଦେଖାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଯାହାର ଲାଭ ଗ୍ରାହକଙ୍କୁ ମୂଲ୍ୟ ହ୍ରାସ ଆକାରରେ ମିଳିପାରେ।

ବିଶ୍ୱର ଅନ୍ୟ ମୁଦ୍ରା ତୁଳନାରେ ଡଲାର ବେଳକୁ ବେଳ ମଜଭୁତ ହେବାରେ ଲାଗିଛି। ବର୍ତ୍ତମାନ ସମୟରେ ଡଲାର ଇଣ୍ଡେକ୍ସ ୬ ମାସର ଉଚ୍ଚତମ ସ୍ତରକୁ ପହଞ୍ଚିଛି। ଏଥିରେ ଡଲାର ତୁଳନାରେ ଟଙ୍କା ୧୧ ମାସର ସର୍ବନିମ୍ନ ସ୍ତରକୁ ଖସିଛି। ଏଣୁ ବଜାର ବିଶେଷଜ୍ଞଙ୍କ କହିବା କଥା ହେଲା ଡଲାର ମଜଭୁତ ହେବା ଯୋଗୁ ସୁନା ମୂଲ୍ୟ ଏକ ନିଶ୍ଚିତ ସୀମା ମଧ୍ୟରେ ରହିବ। ଯାହାର ଲାଭ ଭାରତରେ ଗ୍ରାହକ ଉତ୍ସବ ଋତୁରେ ଉଠାଇ ପାରନ୍ତି। ଆମେରିକା ଫେଡେରାଲ ରିଜର୍ଭ ସୁଧହାର ହ୍ରାସ କରିବାର କୌଣସି ସମ୍ଭାବନା ନାହିଁ। ଏଣୁ ଡଲାର ଆହୁରି ମଜଭୁତ ହେବାକୁ ଥିବା ବେଳେ ସୁନା ଦର ନିଶ୍ଚିତ ହ୍ରାସ ହେବ ବୋଲି କୁହାଯାଉଛି।  

ଫିକା ପଡିପାରେ ସୁନାର ଚମକ୍‌, ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପ ହ୍ରାସ କରିପାରେ ଦର

   Related Posts