ଜାନୁୟାରୀ ୧୩ରୁ ମୋଦି ସରକାର ଶସ୍ତାରେ ବିକିବେ ସୁନା, ଆମେରିକା-ଇରାନ ଉତ୍ତେଜନା ଯୋଗୁ ବଢିଛି ଦର

Published By : Prameya-News7 Bureau | January 11, 2020 IST

ନୂଆଦିଲ୍ଲୀ ୧୧।୧:  ଆମେରିକା ଓ ଇରାନ ମଧ୍ୟରେ ଉପୁଜିଥିବା ସଂକଟର ପ୍ରଭାବ ଏବେ ଭାରତରେ ଦେଖାଦେଇଛି। ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ଯୋଗୁ ଶେୟାର ବଜାର ଓ ଟଙ୍କା ମୂଲ୍ୟରେ ହ୍ରାସ ହୋଇଥିଲା। ତେବେ ଏହି ସମୟରେ ସୁନାମୂଲ୍ୟ ବେଶ୍ ଲାଭଜନକସ୍ଥିତିରେ ଥିଲା। ଏହି ସମୟରେ ପ୍ରତି ୧୦ ଗ୍ରାମ ସୁନାଦର ୪୧ ହଜାର ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ତେବେ ଇରାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏବେ ନରମ ମନଭାବ ପୋଷଣ କରୁଥିବାରୁ ସୁନାର ଚମକ୍ ହ୍ରାସ ହୋଇଛି। ତଥାପି ଏବେବି ବଜାରରେ ପ୍ରତି ୧୦ ଗ୍ରାମ ସୁନା ୪୦ ହଜାରରେ ବିକ୍ରିହେଉଛି।

{"id":210006,"sizeSlug":"large"}

ଏଥିରେ ମୋଦି ସରକାର ଜାନୁୟାରୀ ୧୩ ତାରିଖରୁ ଲୋକଙ୍କୁ ଶସ୍ତାରେ ସୁନା କ୍ରୟ କରିବା ଲାଗି ସୁଯୋଗ ଦେବେ ବୋଲି ଜଣାପଡିଛି। ଏଥିରେ ସରକାର ସୋଭରେନ ଗୋଲଡ୍ ବଣ୍ଡ ବିକ୍ରି କରିବାକୁ ଯାଉଥିବା ବେଳେ ଲୋକଙ୍କୁ ଶସ୍ତାରେ ସୁନା ତୁଲ୍ୟ ନିବେଶର ସୁଯୋଗ ମିଳିବ। ୧୩ରୁ ୧୭ ଜାନୁୟାରୀ ପର୍ଯ୍ୟନ୍ତ ମିଳିବାକୁ ଥିବା ଏହି ସୁଯୋଗର କିପରି ଫାଇଦା ଉଠାଇହେବ ଆସନ୍ତୁ ଜାଣିବା।

{"id":210007,"width":573,"height":573,"sizeSlug":"large"}

ଏହି ଗୋଲଡ୍ ବଣ୍ଡ ସ୍କିମରେ ପ୍ରତିଗ୍ରାମ ସର୍ବନିମ୍ନ ୪ ହଜାର ୧୬ଟଙ୍କା ନିର୍ଦ୍ଧାରିତ ହୋଇଛି। ଯଦି ଅନଲାଇନରେ ଏଥିଲାଗି ଆବେଦନ କରିବେ ଏଥିରେ ଆହୁରି ୫୦ ଟଙ୍କା ରିହାତି ବି ମିଳିବ। ଅର୍ଥାତ ନିବେଶକଙ୍କୁ ପ୍ରତି ୧୦ ଗ୍ରାମ ସୁନା ଲାଗି ୫୦୦ ଟଙ୍କା  ଶସ୍ତା ହେବ। ଏହି ରିହାତି ପରେ ପ୍ରତି ଗ୍ରାମ ସୁନାମୂଲ୍ୟ ୩ହଜାର ୯୬୬ ଟଙ୍କା ହୋଇଯିବ। ଅର୍ଥାତ ଯଦି ଅନଲାଇନରେ ୧୦ଗ୍ରାମ ଗୋଲ୍ଡ ବଣ୍ଡ ଲାଗି ଆବେଦନ କରନ୍ତି ତେବେ ଆପଣଙ୍କୁ ମୋଟ ୩୯ହଜାର ୬୬୦ ଟଙ୍କା ଦେବାକୁ ପଡିବ। ଦିଲ୍ଲୀ ସରଫା ବଜାରରେ ଏବେ ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ୪୦ ହଜାର ୫୫୪ ଟଙ୍କାରେ ବିକ୍ରୟ ହେଉଛି। ଅର୍ଥାନ ଏହି ବଣ୍ଡଦ୍ୱାରା ଆପଣ ୮୯୪ଟଙ୍କା ସଞ୍ଚୟ କରୁଛନ୍ତି।

{"id":210008,"width":575,"height":357,"sizeSlug":"large"}

ସୁନାର ଫିଜିକାଲ ଡିମାଣ୍ଡ ହ୍ରାସ ଲାଗି ଭାରତ ସରକା ର୨୦୧୫ ମସିହାରେ ପ୍ରଥମ ଥର ସୋଭରେନ ଗୋଲ୍ଡ ବଣ୍ଡ ନିବେଶ ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ସରକାର ସମୟ ସମୟରେ ଲୋକଙ୍କୁ ନିବେଶର ସୁବିଧା ପ୍ରଦାନ କରିଥାନ୍ତି। ଏହି ଗୋଲ୍ଡ ବଣ୍ଡର ଦର ବଜାରରେ ସୁନା ଭାଉ ଠାରୁ ଆପାତତଃ କମ୍ ଥାଏ। କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୫୦୦ ଗ୍ରାମର ଗୋଲ୍ଡ ବଣ୍ଡ କ୍ରୟ କରିପାରନ୍ତି। ତେବେ ସର୍ବନିମ୍ନ ନିବେଶ ୧ ଗ୍ରାମ ରହିଛି। ଏହି ଗୋଲ୍ଡ ବଣ୍ଡକୁ ଡାକଘର, ବ୍ୟାଙ୍କ, ଏନଏସଇ, ବିଏସଇ ଓ ଷ୍ଟକ ହୋଲ୍ଡିଂକର୍ପୋରେସନ ଅଫ ଇଣ୍ଡିଆରେ ଭଙ୍ଗାଇ ହୋଇପାରୁଥିବା ବେଳେ ଏଥିରୁ ମିଳୁଥିବା ଅର୍ଥ ସମ୍ପୂର୍ଣ୍ଣ ନିଶୁଳ୍କ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.