ସାମାନ୍ୟ ଖସିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ୍...

Published By : Prameya-News7 Bureau | February 16, 2023 IST

ନୂଆଦିଲ୍ଲୀ୧୬।୦୨: ସୁନା ଓ ରୂପା କିଣୁଥିବା ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ବିବାହ ସିଜିନ୍ ସାମାନ୍ୟ କମିଲା ସୁନା ଓ ରୂପା ଦର । ଗୁରୁବାର ସୁନା ଏବଂ ରୂପା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗୁରୁବାର କାରବାର ଆରମ୍ଭରୁ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୫୬ ହଜାର ୯୫୦ ଟଙ୍କା ରହିଛି । କାଲି ଅପେକ୍ଷା ଆଜି ମାତ୍ର ୨୧୦ ଶସ୍ତା ହୋଇଛି ସୁନା ।

ଅନ୍ୟପଟେ ରୂପା ଦାମରେ ମଧ୍ୟ ପରିବର୍ତ୍ତନ ହୋଇଛି । MCXରେ ୯୫୦ଟଙ୍କା ଶସ୍ତା ହୋଇଛି ରୂପା । ଆଜି ରୂପା କେଜି ପିଛା ଦର ୬୯ହଜାର ରହିଛି । ବୁଧବାର ବଜାର ବଜାର ବନ୍ଦ ବେଳେ ସୁନା ଦର ୧୦ ଗ୍ରାମ ପିଛା ୫୭୧୬୦ରେ କାରବାର ଥିଲା । ଯେତେବେଳେ କି ରୂପା ଦର ୬୯ ହଜାର ୯୫୦ ଟଙ୍କା କେଜି ପିଛା ରହିଥିଲା ।

ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ସୁନା ଦର :-

ଦିଲ୍ଲୀ- କାଲି ୫୭ ହଜାର ୩୧୦ ରହିଥିବା ବେଳେ ଆଜି ରହିଛି ୫୭ ହଜାର୧୦୦ ଟଙ୍କା

ମୁମ୍ବାଇ- କାଲି ୫୭ ହଜାର ୧୬୦ ରହିଥିବା ବେଳେ ଆଜି ରହିଛି ୫୬ ହଜାର ୯୫୦ ଟଙ୍କା

ଚେନ୍ନାଇ- କାଲି ୫୭ ହଜାର ୧୫୦ ରହିଥିବା ବେଳେ ଆଜି ରହିଛି ୫୭ ହଜାର ୬୦୦ ଟଙ୍କା

କୋଲକତା- କାଲି ୫୭ ହଜାର ୧୬୦ ରହିଥିବା ବେଳେ ଆଜି ରହିଛି ୫୬ ହଜାର ୯୫୦ ଟଙ୍କା

ବେଙ୍ଗାଲୁର- କାଲି ୫୭ ହଜାର ୨୧୦ ରହିଥିବା ବେଳେ ଆଜି ରହିଛି ୫୭ ହଜାର ୦୦୦ ଟଙ୍କା

ଅହମ୍ମଦାବାଦ-- କାଲି ୫୭ ହଜାର ୨୧୦ ରହିଥିବା ବେଳେ ଆଜି ରହିଛି ୫୭ ହଜାର ୦୦୦ ଟଙ୍କା

ହାଇଦ୍ରାବାଦ-- କାଲି ୫୭ ହଜାର ୧୬୦ ରହିଥିବା ବେଳେ ଆଜି ରହିଛି ୫୬ ହଜାର ୯୫୦ ଟଙ୍କା

ସେହିପରି ଆସନ୍ତୁ ଜାଣିବା ରୂପା କେଜି ପିଛା ଦାମ୍ କେତେ :-

ଦିଲ୍ଲୀ- କାଲି ୬୯ ହଜାର ୯୫୦ ରହିଥିବା ବେଳେ ଆଜି ରହିଛି ୬୯୦୦୦ ଟଙ୍କା

ମୁମ୍ବାଇ- କାଲି ୬୯ ହଜାର ୯୫୦ ରହିଥିବା ବେଳେ ଆଜି ରହିଛି ୬୯୦୦୦ ଟଙ୍କା

ଚେନ୍ନାଇ- କାଲି ୭୨ ହଜାର ୫୦୦ ରହିଥିବା ବେଳେ ଆଜି ରହିଛି ୭୧୮୦୦ ଟଙ୍କା

କୋଲକତା- କାଲି ୬୯ ହଜାର ୯୫୦ ରହିଥିବା ବେଳେ ଆଜି ରହିଛି ୬୯୦୦୦ ଟଙ୍କା

ବେଙ୍ଗାଲୁର- କାଲି ୭୨ ହଜାର ୫୦୦ ରହିଥିବା ବେଳେ ଆଜି ରହିଛି ୭୧୮୦୦ ଟଙ୍କା

ଅହମ୍ମଦାବାଦ- କାଲି ୬୯ ହଜାର ୯୫୦ ରହିଥିବା ବେଳେ ଆଜି ରହିଛି ୬୯୦୦୦ ଟଙ୍କା

ହାଇଦ୍ରାବାଦ- କାଲି ୭୨ ହଜାର ୫୦୦ ରହିଥିବା ବେଳେ ଆଜି ରହିଛି ୭୧୮୦୦ ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.