ନୂଆଦିଲ୍ଲୀ: ଜୁଲାଇ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଓ ରୁପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବା ନେଇ ଘୋଷଣା କରିବା ପରେ ସୁନା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ସୁନା ଓ ରୁପା ଉପରେ ୧୫ ପ୍ରତିଶତରୁ ୬ ପ୍ରତିଶତକୁ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ଏହି ଘୋଷଣା ପରେ ଏମ୍ସିଏକ୍ସରେ ସୁନା ୧୦ ଗ୍ରାମକୁ ୪୧୦୦ ହ୍ରାସ ହୋଇଛି। ସେହିପରି ରୁପା ମୂଲ୍ୟରେ କେଜି ପ୍ରତି ୪୩୦୦ ଟଙ୍କା ହ୍ରାସ ପାଇଛି।
ମଙ୍ଗଳବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟରେ ବଡ଼ ହ୍ରାସ ଘଟିଛି। ଗତକାଲି ତୁଳନାରେ ୫.୭୨ ପ୍ରତିଶତ ଅର୍ଥାତ୍ ୪,୧୫୮ଶସ୍ତା ହୋଇ ୬୮,୫୬୦ ଟଙ୍କା ହୋଇଛି। ଆଜି ବଜେଟର ଉପସ୍ଥାପନା ପରଠାରୁ ସୁନା କ୍ରମାଗତ ଭାବେ ହ୍ରାସ ପାଇଛି। ବଜେଟ ଘୋଷଣା ପରେ ସୁନା କମି କମି ୬୮,୫୦୦ ଟଙ୍କାରେ ପହଞ୍ଚିଛି।
କେବଳ ସୁନା ନୁହେଁ ରୁପା ମୂଲ୍ୟରେ ବି ବଡ଼ ହ୍ରାସ ହୋଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୪,୩୦୪ ଟଙ୍କା ଶସ୍ତା ହୋଇ ହୋଇଛି। ଫଳରେ କେଜି ୮୪,୮୯୯ ଟଙ୍କାକୁ ଖସି ଆସିଛି। ବଜେଟରେ ରୂପା ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ସରକାର ଘୋଷଣା କରିବା ପରେ ଆଜି ରୂପା କେଜି ୮୪,୨୭୫ ଟଙ୍କାକୁ ଖସି ଆସିଛି। କେବଳ ସୁନା କି ରୁପା ନୁହେଁ ପ୍ଲାଟିନମ ଉପରେ ମଧ୍ୟ କଷ୍ଟମ ଡ୍ୟୁଟି ୬.୪ ପ୍ରତିଶତ ହ୍ରାସ କରାଯାଇଛି।