ଶସ୍ତା ହେଲା ସୁନା ଓ ରୁପା, ଜାଣନ୍ତୁ କେତେ କମିଲା ଦାମ୍...

Published By : Prameya-News7 Bureau | May 26, 2022 IST

ନୂଆଦିଲ୍ଲୀ ୨୬/୦୫: ବାହାଘର ଋତୁରେ ଗ୍ରାହକଙ୍କୁ ବଡ ଆଶ୍ୱସ୍ତି । ଶସ୍ତା ହେଲା ସୁନା ଓ ରୁପା । ଗୁରୁବାର ୯୯୯ ଶୁଦ୍ଧତା ବିଶିଷ୍ଟ ସୁନା ୧୦ ଗ୍ରାମ ପ୍ରତି ୫୦୯୮୯ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୁପାର ଦାମ୍ କେଜି ପିଛା ୬୧୩୩୯ ରହିଛି ।

ସୂଚନା ଅନୁସାରେ, ଦୈନିକ ଦୁଇ ଥର ସୁନାର ଦାମ୍ ଜାରି କରାଯାଏ । ଥରେ ସନ୍ଧ୍ୟାରେ ଆଉ ଥରେ ସକାଳେ ଦର ପ୍ରକାଶ ପାଇତାଏ । ସକାଳର ଦର ଅନୁସାରେ ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ୍ ପିଛା ୫୦୭୮୫ ଥିବା ବେଳେ ୯୯୯ ଶୁଦ୍ଧତା ବିଶିଷ୍ଟ ସୁନାର ଦର ୫୦୯୮୯ ରହିଛି । ସେହିପରି ୯୧୬ ଶୁଦ୍ଧତା ବିଶିଷ୍ଟ ସୁନାର ଦର ୪୬୭୦୬ ଓ ୭୫୦ ଶୁଦ୍ଧତା ସୁନାର ଦର ୩୮୨୪୨ ରହିଛି । ଏହାବ୍ୟତୀତ ୫୮୫ ଶୁଦ୍ଧତା ବିଶିଷ୍ଟ ସୁନାର ଦର ୨୯୮୨୯ ରହିଛି । ଏତତ୍ ବ୍ୟତୀତ ୯୯୯ ଶୁଦ୍ଧତା ବିଶିଷ୍ଟ ରୁପାର ଦର ୬୧୩୩୯ ରହିଛି ।

୯୯୯ ଶୁଦ୍ଧତା ବିଶିଷ୍ଟ ସୁନା ପୂର୍ବ ଦିନ ବା ବୁଧବାର ତୁଳନାରେ ୧୮୩ ଟଙ୍କା କମ୍ ହୋଇଛି । ସେହିପରି ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ୧୮୨ ଟଙ୍କା, ୯୧୬ ଶୁଦ୍ଧତା ବିଶିଷ୍ଟ ସୁନା ୧୬୮ ଟଙ୍କା କମିଛି । ସେହିପରି ୫୮୫ ଶୁଦ୍ଧତା ବିଶିଷ୍ଟ ସୁନା ୧୦୭ ଟଙ୍କା କମିଯାଇଛି । କେବଳ ସୁନା ନୁହେଁ, ରୁପା ଦାମ୍ ମଧ୍ୟ କମିଛି  । ଏକ କେଜି ରୁପା ଦର ପୂର୍ବ କାରବାର ଦିନ ଅନୁସାରେ ୧୦୯ ଟଙ୍କା କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.