ନୂଆଦିଲ୍ଲୀ: ଆଜି ଧନତେରସ। ଏହି ଦିନରେ ସୁନା ଗହଣା କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଆଜି ଗହଣା ମାର୍କେଟ୍ରେ ଭିଡ଼ ଲାଗି ରହିଛି। ଯଦି ଆପଣ ବି ସୁନା କିଣି ବାହାରିଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଲାଭାକାରୀ ହେବ। କାରଣ ଧନତେରସରେ କିଣାବିକା ଚାଲିଥିବା ବେଳେ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଇଛି।
ଦିଲ୍ଲୀର ସରଫା ବଜାରରେ ସୁନା ୩୫୦୦ ଟଙ୍କା ଶସ୍ତାର ମିଳୁଛି। ସେହିପରି ରୁପା ମୂଲ୍ୟରେ ହ୍ରାସ ହୋଇ ୧୫ ହଜାର ଟଙ୍କା ଶସ୍ତା ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସୁନା ମୂଲ୍ୟରେ ୩୫୪୧ ଶସ୍ତା
ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ମଧ୍ୟରେ ଆଜି ସରଫା ବଜାରରେ ସୁନା ଓ ରୂପା ମୂଲ୍ୟ କମିଛି। ଇଣ୍ଡିଆନ ବୁଲିୟନ ଓ ଜ୍ୱେଲର୍ସ ଆସୋସିଏସନ(India Bullion And Jewellers Association-IBJA)ର ସୂଚନା ଅନୁସାରେ, ବର୍ତ୍ତମାନ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦୬୨ ରହିଛି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସୁନା ମୂଲ୍ୟ ୫୩,୬୦୨ ଟଙ୍କା ହୋଇଥିଲା। ହେଲେ ଏବେ ରେକର୍ଡ ସ୍ତରରେ ମୂଲ୍ୟ ଖସିଛି।
୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୫୦,୦୬୨ ରହିଥିବା ବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୫,୮୫୭ ଟଙ୍କା, ୧୮ କ୍ୟାରେଟ ୩୭,୫୪୭ ଟଙ୍କା ଓ ୧୪ କ୍ୟାରେଟ୍ ପାଇଁ ୧୦ ଗ୍ରାମ ପ୍ରତି ୨୯,୨୮୬ ଟଙ୍କା ରହିଛି।
ଏବେ ଆସୁନ୍ତୁ ଜାଣିବା ରୁପା ମୂଲ୍ୟ ବିଷୟରେ
IBJAର ସୂଚନା ଅନୁସାରେ, ରୁପା ମୂଲ୍ୟରେ ବହୁତ ଶସ୍ତା ହୋଇଛି। ରୁପା କେଜି ପ୍ରତି ୧୫୩୩୫ ଟଙ୍କା ଶସ୍ତା ହୋଇଛି। ତେବେ ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ରୁପା ମୂଲ୍ୟ ୭୦୮୯୦ ଟଙ୍କା ହୋଇଯାଇଥିଲା। ହେଲେ ବର୍ତ୍ତମାନ ରୁପା ମୂଲ୍ୟ କେଜି ପ୍ରତି ୫୫୫୫୫ ଟଙ୍କା ରହିଛି। ଅର୍ଥାତ୍ ରୁପା ମୂଲ୍ୟରେ ୧୫୩୩୫ ଟଙ୍କା ଶସ୍ତା ହୋଇଛି। ଚଳିତ ସପ୍ତାହର ମୂଲ୍ୟକୁ ଦେଖିଲେ ଗତ ଶୁକ୍ରବାର ମୂଲ୍ୟ-୫୬୦୪୨ ଟଙ୍କା ତୁଳନାରେ ଏଇ ସପ୍ତାହର ଶୁକ୍ରବାର ରୂପା ମୂଲ୍ୟ ୫୫୫୫୫ ହୋଇଛି। ଅର୍ଥାତ୍ ସପ୍ତାହରେ ରୁପା ମୂଲ୍ୟରେ ୪୮୭ ଟଙ୍କା ହ୍ରାସ ପାଇଛି।
ସୂଚନା ଥାଉକି ସୂନା ଓ ରୁପା ମୂଲ୍ୟର IBJA ର ରେଟିଂ ଦେଶରେ ଗ୍ରାହଣ କରାଯାଇଥାଏ। ତେବେ ସୁନା ଓ ରୁପା ନେଇ ଦେଇଥିବା IBJAର ସଦ୍ୟ ରିପୋର୍ଟରେ ଜିଏସ୍ଟି ସାମିଲ କରାଯାଇ ନାହିଁ। ସୁନା କିଣିବା ସମୟରେ ଆପଣ IBJA ବିଷୟରେ ଉଦାହରଣ ଦେଇପାରିବେ।