କମିଲା ସୁନା ବଢିଲା ରୁପା : ଜାଣନ୍ତୁ କେତେ ଅଛି ଆଜିର ଦାମ୍

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮/୦୮: କମିଲା ସୁନା । ଭାରତୀୟ ଗହଣା ବଜାର ସୋମବାର ଜାରି କରିଥିବା ସୁନା ଓ ରୁପାର ଦାମ୍ ତାଲିକା ଅନୁଯାୟୀ ହଳଦିଆ ଧାତୁର ଦାମ୍‌ କମିଛି । ଫଳରେ ସପ୍ତାହର ପ୍ରଥମ ଦିନରେ ସୁନା ଦାମ୍ କମିଥିବା ବେଳେ ରୁପା କିନ୍ତୁ ମହଙ୍ଗା ହୋଇଛି । ୯୯୯ ଶୁଦ୍ଧତା ବିଶିଷ୍ଟ ଶୁଦ୍ଧତାର ସୁନା ଦାମ୍ ୧୦ ଗ୍ରାମ୍‌ ପ୍ରତି ୫୧୯୬୮ଟଙ୍କାରେ ପହଁଚିଛି । ସେହିପରି ରୁପାର ଦାମ୍ କିଲୋ ପ୍ରତି ୫୭୩୮୦ ଟଙ୍କା ହୋଇଯାଇଛି ।

ସୂଚନାନୁସାରେ, ଦିନକୁ ଦୁଇ ଥର ସୁନା ଓ ରୁପା ଦାମ୍ ଜାରି କରାଯାଇଥାଏ । ଆଇ ବଜାରରେଟସର ରିପୋର୍ଟ ଅନୁସାରେ, ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ୫୧୭୦ ଟଙ୍କାରେ ମିଳୁଛି । ୯୧୬ ଶୁଦ୍ଧତାର ସୁନା ୪୭୬୦୩ ଟଙ୍କା ହୋଇଯାଇଛି । ଏତତ୍ ବ୍ୟତୀତ ୭୫୦ ଶୁଦ୍ଧତାର ସୁନା ୩୮୯୭୬ ଟଙ୍କାରେ ପହଁଚିଛି । ଆହୁରି ମଧ୍ୟ ୫୮୫ ଶୁଦ୍ଧତାର ସୁନା ଆଜି ୩୦୪୦୧ ଟଙ୍କାରେ ବିକ୍ରି ହେଉଛି ।

କେତେ ବଦଳିଛି ସୁନା-ରୁପା ଦର

ସୁନା ଓ ରୁପାର ଦାମ୍ ପୂର୍ବଦିନ ଅପେକ୍ଷା ସାମାନ୍ୟ ପରିବର୍ତ୍ତନ ହୋଇଛି । ୯୯୯ ଓ ୯୯୫ ଶୁଦ୍ଧତାର ସୁନା ୫୧ ଟଙ୍କା ଶସ୍ତା ହୋଇଛି । ୯୧୬ ଶୁଦ୍ଧତାର ସୁନା ୪୬ ଟଙ୍କା, ୭୫୦ ଶୁଦ୍ଧତାର ସୁନା ୩୮ ଟଙ୍କା ଓ ୫୮୫ ଶୁଦ୍ଧତାର ସୁନା ୩୦ ଟଙ୍କା ଶସ୍ତା ହୋଇଛି । ୯୯୯ ଶୁଦ୍ଧତା ବିଶିଷ୍ଟ ରୁପା ୧୮ ଟଙ୍କା ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.