ଚଳିତ ସପ୍ତାହରେ ସୁନା ମୂଲ୍ୟରେ ଜବରଦସ୍ତ ବୃଦ୍ଧି, ବହୁତ କମିଛି ରୁପା ମୂଲ୍ୟ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ- ଚଳିତ ସପ୍ତାହରେ ସୁନା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେର୍ସ ଆସୋସିଏସନ୍(IBJA)ର ୱେବସାଇଟ ଅନୁସାରେ, ଚଳିତ ସପ୍ତାହରେ ଦିଲ୍ଲୀର ସରଫା ବଜାରରେ ସୁନା ମୂଲ୍ୟରେ ୭୭୦ ଟଙ୍କାରୁ ବୃଦ୍ଧି ହୋଇଛି। ଚଳିତ ସପ୍ତାହ ଆରମ୍ଭରୁ ତଥା ଜୁନ ୨୭ରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧,୦୨୧ଥିଲା। ଆଉ ଏବେ(ଜୁଲାଇ ୨)ରେ ମୂଲ୍ୟ ବଢ଼ି ୫୧,୭୯୧ ହୋଇଛି।

ତେବେ ରୁପା ମୂଲ୍ୟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଚଳିତ ସପ୍ତାହରେ ରୁପା ମୂଲ୍ୟ କିଲୋପ୍ରତି ୬୦,୫୦୭ରୁ ହ୍ରାସ ପାଇ ୫୭,୭୭୩ ଟଙ୍କା ହୋଇଛି। ଅର୍ଥାତ ରୁପା ମୂଲ୍ୟରେ ୨,୭୩୪ ଟଙ୍କା କମିଛି।

ଆହୁରି ବଢ଼ିବ ସୁନା

କେନ୍ଦ୍ର ସରକାର ସୁନା ଉପରେ ବେସିକ କଷ୍ଟମ ଡ୍ୟୁଟିକୁ ୧୦.୭୫% ବଢ଼ାଇ ଦେଇଛନ୍ତି। ତେଣୁ ଆଗକୁ ସୁନା ମୂଲ୍ୟରେ ବଢ଼ିବ ବୋଲି ଜଣାପଡ଼ିଛି। IBJA ସେକ୍ରେଟାରୀ ସୁରେନ୍ଦ୍ର ମେହେଟ୍ଟାଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାର ଟ୍ୟାକ୍ସ ଲଗାବା ଯୋଗୁ ଆଗାମୀ ଦିନରେ ସୁନା ମୂଲ୍ୟରେ ୨୫୦୦ ଟଙ୍କା ବଢ଼ିପାରେ ବୋଲି କୁହାଯାଉଛି।

ମିସ୍ କଲ ଦେଇ ସୁନା ମୂଲ୍ୟ ଜାଣନ୍ତୁ-

ତେବେ ସୁନା ଓ ରୁପା ମୂଲ୍ୟରେ କେତେ ବଢ଼ିଲା ଓ କମିଲା ତାହା ଆପଣ ଘରେ ବସି ଜାଣିପାରିବେ। କେବଳ ଗୋଟିଏ ନମ୍ବରକୁ ମିସ୍ କଲ୍ ଦେଇ ଆପଣ ମୂଲ୍ୟ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩କୁ ନମ୍ବରକୁ ମିସ୍ କଲ୍ ଦେଇପାରିବେ। ଏଥିରେ ମିସକଲ ଦେଲେ ଆପଣ ସୁନାର ଲେଟେଷ୍ଟ ରେଟ୍ ଜାଣିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.