ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି; ସୁନା ୬୦୦କୁ ରୁପା ବଢିଛି ୨୩୨୧
21/05/2022 at 10:14 PM

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୁପା ମୂଲ୍ୟରେ ଭଲ ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ୍(IBJA) ୱେବ୍ସାଇଟ୍ରେ ଉପଲବ୍ଧ ଥିବା ସୂଚନା ଅନୁସାରେ ଇନ୍ଦୋର ସରଫା ବଜାରରେ ଚଳିତ ସପ୍ତାହରେ ସୁନା ମୂଲ୍ୟ ୬୬୦ ଟଙ୍କା ବୃଦ୍ଧି ହୋଇଛି। ଫଳରେ ସୁନା ୧୦ ଗ୍ରାମ ପ୍ରତି ୫୧,୦୨୭ ଟଙ୍କା ହୋଇଛି। ସପ୍ତାହ ଆରମ୍ଭରୁ ଅର୍ଥାତ୍ ମେ ୧୬ରେ ସୁନା ୧୦ ଗ୍ରାମ ପ୍ରତି ୫୦,୩୬୭ ଟଙ୍କା ଥିଲା।
ତେବେ କେବଳ ସୁନା ମୂଲ୍ୟ ନୁହେଁ ରୁପା ମୂଲ୍ୟରେ ଜବରଦସ୍ତ ବୃଦ୍ଧି ହୋଇଛି। ସୁନା ତୁଳନାରେ ରୁପା ମୂଲ୍ୟ ସପ୍ତାହକ ଭିତରେ ଅହେତୁକ ବଢ଼ିଛି। IBJA ୱେବସାଇଟ୍ ଅନୁସାରେ, ରୁପା ମୂଲ୍ୟ ପୁଣିଥରେ ୬୨ ହଜାର ପାର କରିଛି। ସପ୍ତାହ ଆରମ୍ଭରେ ରୁପା ମୂଲ୍ୟ କେଜି ୫୮,୬୮୩ ଟଙ୍କା ଥିଲା। ଯାହା ଏବେ ବଢ଼ି କେଜି ୬୨,୦୦୪ ଟଙ୍କା ହୋଇଛି। ଫଳରେ ଚଳିତ ସପ୍ତାହରେ ରୁପା ମୂଲ୍ୟ ୨୩୨୧ ଟଙ୍କା ବୃଦ୍ଧି ପାଇଛି।
ମିସ୍କଲ୍ ଦେଇ ଜାଣନ୍ତୁ ସୁନା ଓ ରୁପା ମୂଲ୍ୟ
ଯଦି ଆପଣ ସୁନା ଓ ରୁପା ମୂଲ୍ୟ ଜାଣିପାରୁ ନାହାଁନ୍ତି ଓ ବଜାର ମୂଲ୍ୟ ସହିତ ସର୍ବଦା ଅପ୍ଡେଟ୍ ରହିବାକୁ ଚାହୁଁଛନ୍ତି ତେବେ ଏକ ମିସ୍କଲ୍ ଦେଇ ଆପଣ ଏହି ଦୁଇ ଧାତୁର ମୂଲ୍ୟ ବିଷୟରେ ଅପଡେଟ୍ ରହିପାରିବେ। ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବର ମିସ୍କଲ୍ ଦେବାକୁ ପଡ଼ିବ। ମିସକଲ୍ ଦେବା ମାତ୍ରେ ଆପଣଙ୍କ ମୋବାଇଲ୍କୁ ସୁନା,ରୁପା ମୂଲ୍ୟର ଅପଡେଟ୍ ଆସିଯିବ।