୨୦୨୦ ଅଗଷ୍ଟ ମାସ ପରେ ପ୍ରଥମ ଥର ୫୬ ହଜାର ପାର କଲା ସୁନା ମୂଲ୍ୟ, ରୁପା ବି ବଢ଼ିଲା
4/01/2023 at 5:02 PM

ନୂଆଦିଲ୍ଲୀ: ବଢ଼ିଲା ସୁନା ଓ ରୂପା ମୂଲ୍ୟ। ୨୦୨୦ ଅଗଷ୍ଟ ମାସ ପରେ ପ୍ରଥମ ଥର ପାଇଁ ୫୬ ହଜାର ଛୁଇଁଛି ସୁନା। ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୬.୦୧୦ ଟଙ୍କା ହୋଇଛି। ଅପରାହ୍ନ ୪.୩୦ ମିନିଟ ସମୟରେ ଭାରତୀୟ ବଜାରରେ ସୁନାର ଦାମରେ ୩୮୫ ବଢ଼ି ପ୍ରତି ୧୦ ଗ୍ରାମକୁ ୫୬,୦୧୦ ଟଙ୍କା ହୋଇଛି। ତେବେ ସର୍ବାକଳୀନ ରେକର୍ଡକୁ ବାଙ୍ଗିବାକୁ ଆଉ ମାତ୍ର ୧୮୧ ଟଙ୍କା ଦୂରରେ ରହିଛି ସୁନା।
ଅନ୍ୟ ପଟେ ରୁପା ମୂଲ୍ୟରେ ବି ମଧ୍ୟ ବୃଦ୍ଧି ହୋଇଛି। ସୁନା ଅପେକ୍ଷା ରୁପା ମୂଲ୍ୟରେ ଦୁଇଗୁଣ ଅଧିକ ବଢ଼ିଛି। କେଜି ପ୍ରତି ରୁପାର ମୂଲ୍ୟ ୬୭୪ ଟଙ୍କା ବଢ଼ିଛି। ଫଳରେ କେଜି ପ୍ରତି ରୁପାର ଦାମ ୭୦,୫୦୦ ଟଙ୍କା ହୋଇଛି।