ଆଜି ପୁଣି କମିଲା ସୁନାଦର
16/12/2019 at 2:24 PM

ନୂଆଦିଲ୍ଲୀ ୧୬।୧୨ – ସୁନାଦର ସୋମବାରରେ ହ୍ରାସ ପାଇଛି । ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ବା ଟ୍ରେଡ୍ ଓ୍ୱାରକୁ ନେଇ କିଛିଟା ସକରାତ୍ମକ ଫଳା ଫଳ ଦେଖା ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ବଜାରେ ଏହାର ପ୍ରଭାବ ଦେଖାଦେଇଛି ।

ଗତ ୧୭ ମାସ ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିଲା । ଏହାପରେ ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ଆମେରିକା ଚୀନ୍ର ଅନେକ ସାମଗ୍ରୀ ଉପରେ ଟ୍ୟାକ୍ସ ବୃଦ୍ଧି କରିଥିଲା ।

ଚୀନ୍ ମଧ୍ୟ ଅନୁରୂପ ଭାବେ ଆମେରିକା ନିର୍ମିତ ସାମଗ୍ରୀ ଉପରେ ଟ୍ୟାକ୍ସ ବୃଦ୍ଧି କରିବା ପାଇଁ ଧମକ ଦେଇଥିଲା । ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ଦେଖିବାକୁ ମିଳିଥିଲା । ସୁନା ଓ ରୂପା ଦର ଏହି କାରଣକୁ ବୃଦ୍ଧି ପାଇଥିଲା ।
ଶୁକ୍ରବାରରେ ଆମେରିକା ଓ ଚୀନ୍ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟିକକ ରାଜିନାମା ହୋଇଛି । ଆସନ୍ତା ୨ ବର୍ଷ ମଧ୍ୟରେ ଚୀନ୍କୁ ଆମେରିକା ୨ ଗୁଣ ସାମଗ୍ରୀ ରପ୍ତାନୀ କରିବା ବୋଲି ଆମେରାକିର ଟ୍ରେଡ୍ ପ୍ରତିନିଧି ରବର୍ଚ ଲାଇଟ୍ଜର୍ ସୂଚନା ଦେଇଛନ୍ତି

ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ବା ଟ୍ରେଡ୍ ଓ୍ୱାରକୁ ନେଇ ଭଲ ଖବର ଆସିଥିବାରୁ ସୁନା ଓ ରୂପା ଦର ହ୍ରାସ ପାଇଛି । ସେହିପରି ବ୍ରିଟେନ୍ରେ ବୋରିସ୍ ଜନସନ୍ଙ୍କ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି ।

ଏହାପରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ୦.୦୨ ପ୍ରତିଶତ ହ୍ରାସ ପାଇ ୩୭,୭୬୫ ଟଙ୍କାରେ ପହଞ୍ଚିଛି । ୧୦ ଗ୍ରାମ ଶୁଦ୍ଧ ସୁନା ବା ୨୪ କ୍ୟାରେଟ ସୁନାର ଫେବ୍ରୁଆରୀ ଫ୍ୟୁଚର ଭ୍ୟାଲୁ ଏହା ରହିଛି ।

ରୂପା ଦର ବି ପ୍ରତିକିଲୋ ୪୩, ୫୦୦ ଟଙ୍କାରେ ପହଞ୍ଚିଛି ।
ସେପ୍ଟେମ୍ବର ମାସପ୍ରଥମ ସପ୍ତାହରେ ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଏହା ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା । ପରେ ଧୀରେ ଧୀରେ ଏହା ହ୍ରାସ ପାଇଛି । ଏହା ପ୍ରାୟ ୩ ହଜାର ଟଙ୍କା ହ୍ରାସ ପାଇଛି ।