ପୁଣି କମିଲା ସୁନା ଓ ରୂପା ଦର- ଆଜି ରହିଛି ଏତିକି

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ - ଗୁରୁବାରରେ ସୁନାଦର ହ୍ରାସ ପାଇଛି । ଲଗାତାର ତୃତୀୟ ଦିନ ପାଇଁ ସୁନା ଦର ହ୍ରାସ ପାଇଛି । ମଲ୍ଚି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ହ୍ରାସ ପାଇଛି । ଏହା ପ୍ରତି ୧୦ ଗ୍ରାମ ୦.୧୧ ପ୍ରତିଶତ ହ୍ରାସ ପାଇ ୩୮,୦୪୫ ଟଙ୍କା ରହିଛି । ୨୪ କ୍ୟାରେଟ ବା ଶୁଦ୍ଧ ସୁନାଦର ପ୍ରତି ୧୦ ଗ୍ରାମ ୩୮,୦୪୫ ଟଙ୍କାରେ ପହଞ୍ଚିଛି ।

{"id":176906,"sizeSlug":"large"}

ସେପ୍ଟେମ୍ବର ମାସରେ ସୁନାଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଏହାପରେ ସୁନାଦର ହ୍ରାସ ପାଇବାରେ ଲାଗିଛି । ମାତ୍ର ଗତ ସପ୍ତାହରେ ସୁନାଦର ସାମାନ୍ୟ ବୃଦ୍ଧି ପାଇଥିଲା । ଏବେ ଚୀନ୍‌ ଓ ଆମେରିକା ମଧ୍ୟରେ ବାଣିଜ୍ୟକ ସମ୍ପର୍କରେ ସୁଧାର ଆସିଥିବାରୁ ସୁନାଦାର ସାମାନ୍ୟ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଦୂର ହେବ ବୋଲି ଆଶା କରାଯାଉଛି ।

{"id":163163,"sizeSlug":"large"}

ସେହିପରି ଏମ୍‌ସିଏକ୍ସରେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର କିଲୋପ୍ରତି ୦.୨୦ ପ୍ରତିଶତ ହ୍ରାସ ପାଇ ୪୪,୫୨୪ ଟଙ୍କାରେ ପହଞ୍ଚିଛି ।

ଅନ୍ତର୍ଜାତୀୟ ବଜାରରେ ସୁନାଦର ପ୍ରତି ଆଉନସ୍‌ ୧,୪୭୫.୫୧ ଆମେରିକୀୟ ଡଲାରରେ ପହଞ୍ଚିଛି । ଟ୍ରମ୍ପ ଚୀନ୍‌ ସହ ବାଣିଜ୍ୟିକ ସମ୍ପର୍କରେ ସୁଧାର ଆସିବାର ସୂଚନା ଦେଇଛନ୍ତି । ଗତ ତସପ୍ତାହରେ ସୁନାଦର ପ୍ରତି ଆଉନସ୍‌ ୧,୪୮୪ ଡଲାରରେ ପହଞ୍ଚିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.