ବେଆଇନ ସୁନା ରାକେଟ୍‌ର ପର୍ଦ୍ଦାଫାଶ : ୨ ଅଭିଯୁକ୍ତ ଗିରଫ, ୮୪ ଲକ୍ଷ ଟଙ୍କାର ସୁନା ଜବତ

Published By : Prameya-News7 Bureau | July 15, 2021 IST

କଟକ ୧୫।୭: ବେଆଇନ ସୁନା କାରବାରର ପର୍ଦ୍ଦାଫାଶ । ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କ ନିକଟରୁ ୨ କେଜି ସୁନା ଜବତ ହୋଇଛି । ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ତାର ତଦନ୍ତ ଜାରି ରଖିଛି ପୋଲିସ ।

{"id":480942,"width":749,"height":412,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କଟକରୁ ଆନ୍ତଃରାଜ୍ୟ ସୁନା ରାକେଟ୍ ଠାବ ହୋଇଛି । କମିଶନରେଟ୍ ପୋଲିସ ଦ୍ବାରା ବେଆଇନ ସୁନା କାରବାର ରାକେଟ୍ ଠାବ ହୋଇଛି ।  କାରବାରରେ ସଂପୃକ୍ତି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ କେଜି ସୁନା ଜବତ ହୋଇଛି । ଜବତ ସୁନାର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

{"id":480943,"width":749,"height":412,"sizeSlug":"large","linkDestination":"none"}

ପଞ୍ଜାବରୁ ସୁନା ଆଣି କଟକରେ ଯୋଗାଉଥିଲେ ଅଭିଯୁକ୍ତ । ଅଭିଯୋଗରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.