LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଧନତେରସରେ ଶସ୍ତା ହେବ ସୁନା ଦର, ସରକାର ଆରମ୍ଭ କରିବାକୁ ଯାଉଛନ୍ତି ନୂଆ ସ୍କିମ୍

8/11/2020 at 11:54 AM

ନୂଆଦିଲ୍ଲୀ ୦୮/୧୧ : ଧନତେରସ ପର୍ବରେ ସୁନା କିଣିଲେ ରିଷ୍ଟ ଖଣ୍ଡନ ହେବା ସହ ଶୁଭ ଲକ୍ଷଣ ବୋଲି ଅନେକ ଭାବନ୍ତି ଏହି ଦିନରେ ସୁନା କିଣିବା ପାଇଁ ଲୋକମାନେ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି । ତେବେ ଏହାରି ଭିତରେ ଗ୍ରାହକ ମାନଙ୍କ ପାଇଁ ଆସିଛି ଖୁସି ଖବର । ଧନତେରାସ ପର୍ବରେ ଶସ୍ତା ହେବ ସୁନା ଦର । ଅର୍ଥାତ ଏଥର ଧନତେରାସରେ କମ ଦାମରେ ସୁନା କିଣିବା ପାଇଁ ମୌକା ଦେବେ ସରକାର । ଏଥିପାଇଁ ନଭେମ୍ବର ୯ ତାରିଖରୁ କେନ୍ଦ୍ର ସରକାର ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ସୋବରେନ ଗୋଲ୍ଡ ବଣ୍ଡ୍ ସ୍କିମ ।ଏହା ଦ୍ବାରା ଆପଣ ସିଧା ସଳଖ ସୁନା କିଣି ପାରିବେ ନାହିଁ ସତ କିନ୍ତୁ ଗ୍ରାମ ପିଛା ସୁନା ଦର ଅନୁସାରେ ଆପଣ ସେତିକି ପରିମାଣର ଟଙ୍କା ନିବେଶ କରିପାରିବେ।

ନିବେଶ କରିବେ କିପରି ?

ନିବେଶ ପାଇଁ ଏହା ସବୁଠାରୁ ଭଲ ସୁଯୋଗ ହୋଇପାରେ । ଏହି ସ୍କିମରେ ଆପଣ ବଣ୍ଡ୍ କିଣି ସେ ମାଧ୍ୟମରେ ନିବେଶ କରିପାରିବେ । ବଣ୍ଡ ମାଧ୍ୟମରେ ଆପଣ ସର୍ବନିମ୍ନ ୧ ଗ୍ରାମ ସୁନା ଦରରୁ ଆରମ୍ଭ କରି ଏବଂ ସର୍ବାଧିକ ୪ କିଲୋ ସୁନାର ଦର ଅନୁସାରେ ଟଙ୍କା ନିବେଶ କରିପାରିବେ ଯାହାକି ବଜାର ମୂଲ୍ୟଠାରୁ ଢେର କମ । ତେବେ ଏହାର ସମୟ ସୀମା ରହିବ ୮ ବର୍ଷ । ୮ ବର୍ଷ ପରେ ଆପଣ ବଜାର ଦର ଅନୁସାରେ ସୁନାର ଯାହା ମୂଲ୍ୟ ଥିବ ସେତିକି ପରିମାଣର ଟଙ୍କା ପାଇପାରିବେ । ତେବେ ଗାଇଡଲାଇନ ଅନୁସାରେ ୫ ବର୍ଷ ପରେ ମଧ୍ୟ ଏହାକୁ ବନ୍ଦ କରିପାରିବେ । 

ଆବେଦନ କରିବେ କିପରି ?

ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ଅନୁସାରେ ଏଥର ବଣ୍ଡର ମୂଲ୍ୟ ଗ୍ରାମ ପ୍ରତି ୫୧୭୭ ଟଙ୍କା ରହିଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରୁଥିବା ଗ୍ରାହକ ମାନଙ୍କ ପାଇଁ ଗ୍ରାମ ପିଛା ଅଧିକ ୫୦ ଟଙ୍କା ଲେଖାଏଁ ରିହାତି ମିଳିବ । ଅର୍ଥାତ ଅନଲାଇନ କିମ୍ବା ନେଟ ବ୍ୟାଙ୍କିଂ ମାଧ୍ୟମରେ ଆବେଦନ କରୁଥିବା ଗ୍ରାହକମାନଙ୍କୁ ୫୧୨୭ ଯଙ୍କା ଜମା କରିବାକୁ ପଡିବ । ଅବଧି ପୂରଣ ହେବା ପରେ ଗ୍ରାହକ ବଜାରରେ ସୁନା ଦାମ ଅନୁଯାୟୀ ସେତିକି ପରିମାଣର ଟଙ୍କା ପାଇପାରିବେ ।

   Related Posts