ଶସ୍ତା ହେଲା ସୁନା : ଚାନ୍ଦିର ମୂଲ୍ୟ ୪୦ହଜାରରୁ ଅଧିକ

Published By : Prameya-News7 Bureau | January 05, 2019 IST

ନୂଆଦିଲ୍ଲୀ ୫/୧୨: ଲଗାତାର ୩ଦିନ ମହଙ୍ଗା ପରେ ଶୁକ୍ରବାର ସୁନାର ମୂଲ୍ୟ ହ୍ରାସ ହୋଇଛି। ସୁନା ୧୪୫ଟଙ୍କାରେ ଶସ୍ତା ହୋଇଛି । ୧୦ଗ୍ରାମ ସୁନାର ଦାମ ଏବେ ୩୨ହଜାର ୬୯୦ଟଙ୍କା ହୋଇଛି। ଅଲ ଇଣ୍ଡିଆ ସରାଫା ଅନୁଯାୟୀ ସୁନାର ମୂଲ୍ୟରେ ଏପରି ହ୍ରାସ ଡଲାରର ମାନରେ ପତନ ଘଟିବା ହେତୁ ହୋଇଛି।

କିନ୍ତୁ ସୁନା ବଦଳରେ ଚାନ୍ଦିର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଏହା ୪୦,୦୦୦ଟଙ୍କାକୁ ବୃଦ୍ଧି ପାଇଛି। ଆଜି ଚାନ୍ଦି ୪୪୦ଟଙ୍କାର ବୃଦ୍ଧି ସହିତ ୪୦,୧୪୦ଟଙ୍କା ପ୍ରତି କିଲୋଗ୍ରାମର ସ୍ତରରେ ପହଞ୍ଚିଛି । ଚାନ୍ଦିର ମୂଲ୍ୟରେ ବୃଦ୍ଧି ଘଟିବାରୁ ମୁଦ୍ରା ପ୍ରସ୍ତୁତକାରୀଙ୍କ ବ୍ୟବସାୟରେ ଲାଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.