ଲଗାତାର ବୃଦ୍ଧି ପାଉଛି ସୁନା ଓ ରୂପା ଦର, ଜାଣନ୍ତୁ କେତେ ରହିଛି ଦାମ୍...

Published By : Prameya-News7 Bureau | February 09, 2023 IST

ନୂଆଦିଲ୍ଲୀ ୦୯।୦୨ : ବାହାଘର ସିଜିନରେ ଲଗାତର ଭାବେ ମହଙ୍ଗା ହେଉଛି ସୁନା ଓ ରୁପା । ଗୁରୁବାର ମଧ୍ୟ ସୁନା ଦାମ୍ରେ ବୃଦ୍ଧି ଘଟିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ମୂଲ୍ୟ ଆଜି ୫୭ ହଜାରରେ କାରବାର କରୁଛି । ଚଳିତ ସପ୍ତାହରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ଏଥିସହିତ ରୂପା ଦରରେ ମଧ୍ୟ ପରିବର୍ତନ ଆସିଛି । ଆଜି ରୂପା ମୂଲ୍ୟ ପ୍ରାୟ ୬୭ ହଜାର ୭୦୦ ଟଙ୍କାରେ କାରବାର ହେଉଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ୦.୦୪ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୭ ହଜାର ୨୪୦ ଟଙ୍କାରେ ପହଞ୍ଚିଛି । ଏଥିସହିତ ପୂର୍ବ କାରବାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭ ହଜାର ୨୧୫ ଟଙ୍କା ରହିଥିଲା । ସେହିପରି ରୂପା ମୂଲ୍ୟ ୦.୧୦ ପ୍ରତିଶତ ବୃଦ୍ଧି ସହ କିଲୋଗ୍ରାମ ପିଛା ୬୭ ହଜାର ୬୯୯ ଟଙ୍କାରେ କାରବାର ହୋଇଛି । ପୂର୍ବ କାରବାରରେ ରୂପା ମୂଲ୍ୟ ୬୭ ହଜାର ୫୫୧ ଟଙ୍କାରେ ବନ୍ଦ ହୋଇଥିଲା ।

ତେବେ ବିଶ୍ୱ ବଜାର ସୁନା ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟୁଛି । ଆଜି ସୁନା ମୂଲ୍ୟରେ ୦.୩୧ ପ୍ରତିଶତ ବୃଦ୍ଧି ପାଇ ୧,୮୯୦.୭୦ ଡଲାରରେ ପହଞ୍ଚିଛି । ଏଥିସହିତ ରୂପା ୧.୧୦ ପ୍ରତିଶତ ଲାଭ ସହିତ ୨୨.୪୨ ଡଲାର ସ୍ତରରେ ରହିଥିଲା । ଅନ୍ୟପଟେ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏଟନ୍ ଲିମିଟେଡ୍ ଅନୁଯାୟୀ, ଆଜି ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭ ହଜାର ୫୩୮ ଟଙ୍କା ରହିଛି । ଏଥି ସହିତ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୭ ହଜାର ୫୧୬ ଟଙ୍କାରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.