ରୁପା ମୂଲ୍ୟ ବୃଦ୍ଧିରେ ଲାଗୁନି ବ୍ରେକ୍: ରେକର୍ଡ ଭାଙ୍ଗିଲା ଦର, ସୁନା ସାମାନ୍ୟ ଶସ୍ତା ହେଲା

Published By : Prameya-News7 Bureau | May 22, 2024 IST

INTERNET

ନୂଆଦିଲ୍ଲୀ: ବୁଧବାର (ମେ ୨୨) ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ର ୱେବସାଇଟ୍ ଅନୁଯାୟୀ, କାରବାର ସମୟରେ ୧୦ ଗ୍ରାମ ସୁନାରେ ୧୦୦ ଟଙ୍କା ଶସ୍ତା ହୋଇ ୭୪,୧୧୪ ଟଙ୍କା ରହିଛି। ତେବେ ରୁପା ମୂଲ୍ୟ ବୃଦ୍ଧିରେ କିନ୍ତୁ ବ୍ରେକ୍ ଲାଗୁ ନାହିଁ। ବୁଧବାର ରୁପା ୨୨୧ ଟଙ୍କା ବଢ଼ିଛି। ଫଳରେ କେଜି ପ୍ରତି ରୂପା ମୂଲ୍ୟ ୯୩.୦୯୪ ଟଙ୍କା ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ରୁପା ମୂଲ୍ୟ ୯୨,୮୭୩ ଟଙ୍କା ଥିଲା। 

ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଟଙ୍କା ବଢ଼ିଲାଣି ସୁନା

ଆଇବିଜେଏ ଅନୁଯାୟୀ, ଚଳିତ ବର୍ଷ ସୁନା ମୂଲ୍ୟ ୧୦,୯୭୦ ଟଙ୍କା ବୃଦ୍ଧି ପାଇଛି। ଜାନୁଆରୀ ୧ ରେ ସୁନା ୬୩,୩୫୨ ଟଙ୍କା ଥିଲା। ଯାହା ବର୍ତ୍ତମାନ ୧୦ ଗ୍ରାମ ପିଛା ୭୪,୨୨୨ ଟଙ୍କାରେ ପହଞ୍ଚିଛି। ଏଥିସହିତ ଏକ କିଲୋଗ୍ରାମ ରୁପା ମୂଲ୍ୟ ୭୩,୩୯୬ ଟଙ୍କାରୁ ବର୍ତ୍ତମାନ ୯୨,୪୪୪ ଟଙ୍କାକୁ ବୃଦ୍ଧି ପାଇଛି।

HDFCର ସିକ୍ୟୁରିଟିଜର କମୋଡିଟି ଓ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତାଙ୍କ ସୂଚନା ଅନୁସାରେ, ଆଗାମୀ ଦିନମାନଙ୍କରେ ମଧ୍ୟ ସୁନା ଓ ରୁପା ବୃଦ୍ଧି ଘଟିପାରେ। ଆଗାମୀ ବର୍ଷକ ମଧ୍ୟରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୮୦ ହଜାରରୁ ୮୫ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ସେହିପରି ରୁପା ଏକ କିଲୋଗ୍ରାମକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଅନୁଜ ଗୁପ୍ତା ଅନୁମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.