ଦୀପାବଳୀ ପୂର୍ବରୁ କିଣିନିଅନ୍ତୁ ସୁନା: ୮୦ହଜାର ଟଙ୍କା ଟପିପାରେ ଦର

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ୨୫/୧୦ : ଦେଶରେ ସୁନା, ରୁପା ଦରରେ କ୍ରମାଗତ ଅସ୍ଥିରତା ଦେଖାଦେଇଛି । ବେଳେବେଳେ ଦର ବଢ଼ି ଯାଉଥିବାବେଳେ ବେଳେବେଳେ କମିଯାଉଛି । ଏବେ ସୁନାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଏହାର ମୂଲ୍ୟ ପ୍ରତି ୧୦ଗ୍ରାମକୁ ୮୦ ହଜାର ଟଙ୍କା ବଢ଼ି ଯାଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ସୁନାଦର ଆଉନ୍ସ ପିଛା ୧,୮୦୦ ଡଲାରରୁ ବଢ଼ି ୩୦୦୦ ଡଲାର ହୋଇପାରେ।

କାନାଡାର ଦୁଇ ମୁଖ୍ୟ ସୁନା ଖଣି ଖନନ ବିଶେଷଜ୍ଞ ଗୋଲ୍ଡକର୍ପ ଇଙ୍କ, ପୂର୍ବତନ ମୁଖ୍ୟ ଡେଭିଡ ଗୌରଫେଲୋ ଓ ରବ ମ୍ୟାକେୱେନଙ୍କ ଅନୁଯାୟୀ ବୈଶ୍ୱିକ ମୁଦ୍ରାସ୍ଫୀତି ଦେଖାଯାଉଥିବା ସୁନାର ଚାହିଦା ବଢ଼ିବ । ଯାହାପାଇଁ ସୁନାଦର ବଢ଼ିପାରେ । ଯେଉଁଥିପାଇଁ ସୁନାଦର ଆଉନ୍ସ ପ୍ରତି ୩୦୦୦ ଡଲାର ହୋଇପାରେ । ଯଦି ଏହାକୁ ଟଙ୍କାରେ ପରିଣତ କରାଯାଏ ତେବେ ଭାରତରେ ସୁନାଦର ଯାହା ଏବେ ୧୦ଗ୍ରାମ ପ୍ରତି ୪୭,୫୦୦ ଟଙ୍କାରେ ବିକ୍ରି ହେଉଛି, ତାହା ବଢ଼ି ୧୦ଗ୍ରାମ ପିଛା ୮୦,୦୦୦ ଟଙ୍କା ଟପି ଯାଇପାରେ।

ଭାରତରେ ପାର୍ବଣ ଓ ବିବାହ ଋତୁ ଆରମ୍ଭ ହେଉଥିବାରୁ ବଜାରରେ ସୁନାର ଚାହିଦା ବଢ଼ିଛି। ଗତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ ଏପ୍ରିଲ ରୁ ସେପ୍ଟେମ୍ବର ମାସରେ ସୁନା ଆମଦାନୀ ୨୫୨ ଶତକଡ଼ା ବଢ଼ିଛି । ଗତବର୍ଷ ଏହି ସମୟରେ ଯେଉଁଠାରେ ୬.୮ ବିଲିୟନ ଡଲାର ମୂଲ୍ୟରେ ସୁନା ଆମଦାନୀ ହୋଇଥିଲା, ତାହା ଚଳିତ ବର୍ଷ ୨୪ ବିଲିୟନ ଡ଼ଲାରକୁ ବଢ଼ି ଯାଇଛି। କେବଳ ସେପ୍ଟେମ୍ବର ମାସରେ ୫.୧୧ ବିଲିୟନ ଡଲାର ଟଙ୍କାର ସୁନା ଆମଦାନୀ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.