ଗତ ୫ ଦିନରେ ୨୦୦୦ ଟଙ୍କା ଶସ୍ତା ହେଲାଣି ସୁନା, ଜାଣନ୍ତୁ କେତେ ରହିଛି ଆଜିର ଦର ?

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ,୧୮/୦୨: ଶସ୍ତା ହେବାରେ ଲାଗିଛି ସୁନା ।ଗତ ୫ ଦିନ ମଧ୍ୟରେ ସୁନା ଦର ପ୍ରାୟ ୨୦୦୦ ଟଙ୍କା କମିଲାଣି । ଗତ ୮ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଁଚିଛି ସୁନାର ଦାମ୍ । ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନାର ଦାମ୍ ୦.୪ ପ୍ରତିଶତ ହ୍ରାସ ପାଇ ୪୬,୪୦୭ରେ ପହଁଚିଥିବା ବେଳେ ରୁପା ମଧ୍ୟ ୦.୪ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୯,୫୦୦ ହୋଇଯାଇଛି ।

ଗତ ୫ ଦିନରେ ବିଶ୍ୱ ବଜାରରେ ସୁନାର ଦାମ୍ ୧୦ ଗ୍ରାମ ପିଛା ୨୦୦୦ ଟଙ୍କା ଖସିଛି । ଅଗଷ୍ଟ ୨୦୨୦ରେ ସୁନାର ଦାମ୍ ୫୬୨୦୦ ଥିଲା । ଯାହା ସର୍ବାଧିକ ସ୍ତରରେ ପହଁଚିଥିଲା । ଏବେ ଦାମ୍ ପ୍ରାୟ ୧୦୦୦୦ ଟଙ୍କା କମିଛି ।

ବୁଧବାର ବିଶ୍ୱ ବଜାରରେ ସୁନା ଦର ଆଉନ୍ସ ପିଛା ୧୭୬୯ ଡଲାରକୁ ଖସି ଆସିଥିଲା । ଯାହା ନଭେମ୍ବର ୩୦ ପରେ ସବୁଠାରୁ କମରେ ଟ୍ରେଣ୍ଡ୍ କରିଥିଲା । ଅନ୍ୟ ଧାତୁ ମଧ୍ୟରେ ରୁପାର ଦାମ୍ ସ୍ଥିର ରହିଥିଲା । କିନ୍ତୁ ପ୍ଲାଟିନମ ଓ ପେଲୋଡିୟମର ଦାମ୍ ୧ ପ୍ରତିଶତ ବୃଦ୍ଧି ପାଇଥିଲା ।

କରୋନା ଭାଇରସର ପ୍ରଭାବକୁ କମ୍ କରିବା ପାଇଁ ଅନେକ ଦେଶ ଓ କେନ୍ଦ୍ରୀୟ ବ୍ୟାଙ୍କର ବିଭିନ୍ନ ପଲିସି ପାଇଁ ସୁନାର ଦାମ୍ ଗତବର୍ଷ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ରୁପା ଦାମରେ ୫୦ ପ୍ରତିଶତ ଅଭିବୃଦ୍ଧି ହୋଇଥିଲା । କିନ୍ତୁ ଭାକସିନ୍ ଆସିବା ପରେ ସୁନା ଦାମରେ ୬ ପ୍ରତିଶତ ହ୍ରାସ ପାଇଛି ।

ସୂଚନାଯୋଗ୍ୟ, ଘରୋଇ ବଜାରରେ ଗୁରୁବାର ୨୨ କ୍ୟାରେଟ୍ ସୁନାର ଦାମ୍ ୪୩,୪୦୦ ଟଙ୍କା ରହିଛି  ।ଯାହା ବୁଧବାର ୪୩୭୫୦ ଟଙ୍କା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.