ସୁନା ଦାମରେ ବ୍ୟାପକ ହ୍ରାସ, ୧୧ଶହ ଟଙ୍କା ଶସ୍ତା ହେଲା ରୂପା: ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ?

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ ୨୭/୦୧: ଦେଶରେ ସୁନା ଦାମ ଗୁରୁବାର ଭାରି ମାତ୍ରାରେ ହ୍ରାସ ପାଇଛି । କେବଳ ସୁନା ଦାମ୍‌ ନୁହେଁ ବରଂ ରୂପା ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦାବ ୬୧୨ ଟଙ୍କା ହ୍ରାସ ପାଇଛି । ଅର୍ଥାତ ୧୦ ଗ୍ରାମ ସୁନାର ଦାମ ଗୁରୁବାର ୪୮,୨୩୯ ଟଙ୍କା ରହିଛି । ସେହିଭଳି ରୂପା ଦାମ ୧୧୪୫ ଟଙ୍କା ହ୍ରାସ ପାଇ କିଲୋ ପିଛା ୬୨ ହଜାର ୯୨୬ ଟଙ୍କା ରହିଛି । ୨୪ କ୍ୟାରେଟ୍‌ ସୁନାର ଦାମ ଗତକାଲି ୪୯,୮୩୦ ଟଙ୍କା ରହିଥିବା ବେଳେ ଗୁରୁବାର ଏଥିରେ ୧୯୦ ଟଙ୍କା ହ୍ରାସ ପାଇଛି । ଆଜି ସୁନାର ଦାମ ୪୯,୬୪୦ ଟଙ୍କା ରହିଛି ।

Gold Price Today: खुशखबरी ! सोने के दाम में भारी गिरावट, चांदी भी हुई 1100 रुपये से ज्यादा सस्ती, खरीदारी के लिए मौका

ଭୁବନେଶ୍ବରରେ ଗତକାଲି ଅର୍ଥାତ ବୁଧବାର ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପ୍ରତି ୪୫ ହଜାର ୯୦୦ ଟଙ୍କା ଥିଲାବେଳେ ଆଜି ତାହା ୪ଶହ ଟଙ୍କା ଶସ୍ତା ହୋଇ ୪୫ ହଜାର ୫୦୦ ଟଙ୍କା ରହିଛି । ସେହିଭଳି ୨୪ କ୍ୟାରେଟ୍‌ ସୁନା ଦାମ ୪୭୦ ଟଙ୍କା କମି ୧୦ ଗ୍ରାମ ପ୍ରତି ୪୯ ହଜାର ୮୩୦ ଟଙ୍କା ରହିଛି । ଭୁବନେଶ୍ବରରେ ରୂପା ଦାମ ମଧ୍ୟ ହ୍ରାସ ପାଇଛି । ଆଜି ରୂପାର ଦର କିଲୋ ପିଛା ହଜାରେ ଟଙ୍କା ଶସ୍ତା ହୋଇ ୬୩ ହଜାର ୨୦୦ ଟଙ୍କା ରହିଛି ।

ଯଦି ଆପଣ ଆପଣଙ୍କ ସହରରେ ସୁନା ଏବଂ ରୂପାର ଦାମ କେତେ ଟଙ୍କା ଅଛି ତାହା ଜାଣିବାକୁ ଚାହୁଁଛନ୍ତି ତେବେ, ଇଣ୍ଡିଆନ୍‌ ବୁଲିୟନ୍‌ ଆସୋସିଏସନ୍‌ ଦ୍ବାରା ଜାରି କରାଯାଇଥିବା 8955664433 ନମ୍ବରକୁ ମିସଡ୍‌ କଲ ଦେବାକୁ ହେବ । ଏହି ନମ୍ବରକୁ ମିସଡ୍‌ କଲ୍‌ ଦେବା ପରେ ଆପଣଙ୍କ ମୋବାଇଲକୁ ମେସେଜ୍‌ ଆସିଯିବ । ଏପରି ଭାବେ ଆପଣ ଘରେ ବସି ସୁନାର ଦାମ ବାବଦରେ ସୂଚନା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.