ନୂଆଦିଲ୍ଲୀ ୦୫।୧୨ : ବିବାହ ସିଜିନରେ ଚମକୁଛି ସୁନାର ଚାହିଦା । ଏବେ ସୁନା ଦର ୬୪,୦୦୦ ଟଙ୍କା ପାର୍ ହୋଇଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ୬୪, ୨୦୦ ଟଙ୍କା ଛୁଇଁଥିବା ବେଳେ ୨୨ କ୍ୟାରେଟ୍ ସୁନାର ଦାମ ୫୮, ୮୫୦ ଟଙ୍କା ରହିଛି । ସେହିଭଳି ରୂପା କିଲୋଗ୍ରାମ ପିଛା ୮୩, ୫୦୦ ଟଙ୍କାରେ ପହଞ୍ଚିଛି ।
wp:embed {"url":"https://www.prameyanews7.com/stock-market-rise-after-election-results-2023-sensex-nifty-zooms/","type":"wp-embed","providerNameSlug":"prameya-news-7"}ଏଚ୍ଡିଏଫ୍ସି ସିକ୍ୟୁରିଟିଜ୍ର କମୋଡିଟି ଏବଂ କରେନ୍ସି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି ଯେ, ବିବାହ ଋତୁ ଆରମ୍ଭ ହୋଇଗଲାଣି। ତେଣୁ ସୁନା ଚାହିଦା ବଡ଼ ଆକାରରେ ବଢ଼ିଛି । ଏହାସହିତ ଚୀନ୍ରେ ଅଜଣା ରୋଗ ଯୋଗୁ ଆଶଙ୍କାରେ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଆଗାମୀ ବର୍ଷକ ମଧ୍ୟରେ ୧୦ ଗ୍ରାମ ପିଛା ସୁନା ୬୭ ହଜାର ଟଙ୍କା ପାର୍ କରିପାରେ ।
wp:embed {"url":"https://www.prameyanews7.com/reducing-reliance-on-china-walmart-increasingly-importing-more-goods-to-the-us-from-india/","type":"wp-embed","providerNameSlug":"prameya-news-7"}ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ୨୦୨୪ରେ ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା ରହିଛି । ଚୀନ୍ରେ ଅଜଣା ରୋଗ ଲୋକଙ୍କୁ ଭୟଭୀତ କରୁଛି । ଏହାସହିତ ବିବାହ ଋତୁ ଜନିତ ଚାହିଦା ବଢ଼ିଛି । ଡଲାର ସୂୂଚକାଙ୍କ ଖସିଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି । ଏସବୁ କାରଣ ଯୋଗୁ ସୁନା ଦରରେ ବୃଦ୍ଧି ଘଟୁଛି ।
wp:embed {"url":"https://www.prameyanews7.com/no-cheteshwar-pujara-and-ajinkya-rahane-in-the-test-squad-against-south-africa/","type":"wp-embed","providerNameSlug":"prameya-news-7"}