ମିଳିଲା ସୁନା ଭର୍ତ୍ତି ପାହାଡ଼, ଖୋଳିବାକୁ ପହଞ୍ଚିଗଲେ ହଜାର ହଜାର ଲୋକ, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | March 07, 2021 IST

ନୂଆଦିଲ୍ଲୀ, ୦୭/୦୩: ଆଫ୍ରିକାର ମଧ୍ୟ ଭାଗରେ ଅବସ୍ଥିତ କଂଗୋର ଏକ ପାହାଡ଼କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏହି ପାହାଡ଼ରେ ୬୦ରୁ ୯୦ ପ୍ରତିଶତ ଅଂଶରେ ସୁନା ରହିଥିବା କୁହାଯାଉଛି । ଏକ ଗଣ ମାଧ୍ୟମ ମୁତାବକ, ସ୍ଥାନୀୟ ଲୋକଙ୍କୁ ଯେତେବେଳେ ଏହି ପାହାଡ଼ରେ ସୁନା ଭରି ରହିଥିବା ଖବର ମାଳିଥିଲା ସେଠାରେ ହଜାର ହଜାର ଲୋକ ପହଞ୍ଚି ପାହାଡ଼ ଖୋଳାରେ ଲାଗି ଯାଇଥିଲେ ।

wp:html /wp:html

କଂଗୋର ଏହି ପାହାଡ଼କୁ ଖୋଳିବା ଦୃଶ୍ୟ ଏବେ ସୋସାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି । ଟ୍ୱିଟରରେ ଜଣେ ସାମ୍ୱାଦିକ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଯେତେବେଳେ କଂଗୋ ଗ୍ରାମବାସୀଙ୍କୁ ପାହାଡ଼ରେ ସୁନା ଥିବା ଜଣାପଡ଼ିଥିଲା ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣା କଂଗୋର କେବୁ ପ୍ରୋବିନ୍ସର ହୋଇଥିବା ଜଣାପଡ଼ିଛି ।

wp:html /wp:html

ତେବେ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ପ୍ରଚାର ହେଲା ପରେ ମାଇନିଙ୍ଗ୍‌କୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଛି । କଂଗୋରେ ଗୋଲ୍ଡ ମାଇନ୍‌ ଅଧିକ ପରିମାଣର ଦେଖାଯାଏ । ପ୍ରାୟତଃ ଆଫ୍ରିକାର ଅନେକାଂଶରେ ସୁନା ଭରି ରହିଛି । ତେବେ ଏହି ପାହାଡ଼କୁ ଯାଞ୍ଚ କରାଯିବା ପରେ ଏହାକୁ ଏକ ମାଇନିଙ୍ଗ୍‌ର ମାନ୍ୟତା ଦିଆଯିବା ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.