Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୩ କିଲୋ ଗଞ୍ଜେଇ ସହିତ ବୋଲେରୋ ଜବତ; ୨ ଚୋରା ଚାଲାଣକାରୀ ଗିରଫ
  • ||
  • ଦେଶରେ କମିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୮୮୧୩ କରୋନା ପଜିଟିଭ୍
  • ||
  • ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ
  • ||
  • ଭାରତକୁ ବଡ ଝଟ୍‌କା ଦେଲା ଫିଫା : ଏଆଇଏଫଏଫକୁ କଲା ସସପେଣ୍ଡ୍, ମହିଳା ବିଶ୍ୱକପ ଆୟୋଜନ ଅଧିକାର ବି ଛଡାଇ ନେଲା
  • ||
  • ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଉତ୍ସାହିତ ପ୍ରଶଂସକ : ଟିକେଟ୍ ବୁକିଂ ବେଳେ କ୍ରାଶ୍ ହୋଇଗଲା ଓ୍ୱେବସାଇଟ୍
  • ||
  • ମଙ୍ଗଳବାର ବିହାର କ୍ୟାବିନେଟର ସଂପ୍ରସାରଣ, ଶପଥ ନେବେ ୩୧ ମନ୍ତ୍ରୀ
  • ||

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଦାମ ଜାଣନ୍ତୁ

20/05/2022 at 10:20 PM

ନୂଆଦିଲ୍ଲୀ: ବଢ଼ିଲା ସୁନା ମୂଲ୍ୟ। ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୨୩୧ ଟଙ୍କା ବୃଦ୍ଧି ହୋଇଛି। ଫଳରେ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ୫୦,୬୦୮ ଟଙ୍କା ହୋଇଛି। ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ଏହି ସୂଚନା ମିଳିଛି। ଏହା ପୂର୍ବରୁ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୩୭୭ ଟଙ୍କା ଥିଲା।

ତେବେ କେବଳ ସୁନା ନୁହେଁ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ରୁପା ମୂଲ୍ୟରେ କିଲୋପ୍ରତି ୫୮୫ ଟଙ୍କା ବୃଦ୍ଧି ହୋଇଛି। ଫଳରେ ରୁପା କେଜି ୬୧,୬୫୭ ଟଙ୍କା ହୋଇଛି। ଏହା ପୂର୍ବରୁ ରୁପା ମୂଲ୍ୟ କେଜି ପ୍ରତି ୬୧,୦୭୨ ଟଙ୍କା ଥିଲା।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ଉଚ୍ଚାରେ ରହିଛି। ସୁନା ମୂଲ୍ୟ ଆଉନ୍ସ ପ୍ରତି ୧,୮୪୫ ଆମେରିକୀୟ ଡଲାର ରହିଥିବା ବେଳେ ରୁପା ମୂଲ୍ୟ ଆଉନ୍ସ ପ୍ରତି ୨୧.୯୧ ଆମେରିକୀୟ ଡଲାର ରହିଛି।

   Related Posts