Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ସୁନାପେଣ୍ଠ ଗାଁରେ ବାହାରୁଛି ସୁନା, ପାରମ୍ପରିକ ପଦ୍ଧତିରେ କାଢି ପୋଷୁଛନ୍ତି ପରିବାର

18/03/2023 at 8:30 AM

ଘଟଗାଁ ୧୮/୦୩: ସୁନା ବାହାରୁଛି ସୁନାପେଣ୍ଠ ଗାଁରେ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅର୍ଗତ ସୁନାପେଣ୍ଠ ଗାଁ ନିକଟସ୍ଥ ବଘିରା ନଦୀରୁ ବାହାରୁଛି ସୁନା । ଆଜକୁ ଶହେ ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ନାଳରୁ ଏଠାକାର ଲୋକେ ତାଙ୍କ ପଦ୍ଧତି ଏବଂ ଉଦ୍ୟମ ବଳରେ ସୁନା ବାହାର କରି ପରିବାର ପ୍ରତିପୋଷଣ କରୁଛି ।

ସେମାନଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲା ସମେତ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜକୁ ଶହେ ବର୍ଷ ପୂର୍ବେ ପ୍ରଥମେ ଏହି ଗାଁକୁ କିଛି ଝରା ସମ୍ପ୍ରଦାୟର ଲୋକେ ଆସି ବସବାସ କରିବା ସହିତ କୌଣସି ସୁତ୍ରରୁ ଜାଣି ତାଙ୍କର କୌଶଳ କ୍ରମେ ଏହି ନାଳ ବାଲିରୁ ସୁନା ବାହାର କରିଥିଲେ ।

ତାପରେ ପରେ ଏହି ଗାଁର ନାମ ସୁନାପେଣ୍ଠରେ ରଖିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ଦିନ ଏହି ଗାଁର ମହିଳା ମାନେ ଏହି ବଘିରା ନାଳରୁ ନିଜର ପାରମ୍ପରିକ ପଦ୍ଧତିରେ ସୁନା ବାହାର କରି ତାକୁ ବିକି ନିଜ ନିଜର ପରିବାର ପ୍ରତିପୋଷଣ କରୁଛି ।

   Related Posts