oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ଏହି ଦେଶରେ ମିଳିଲା ୯୯ ଟନ୍ ସୁନା, ଯାହାର ଦାମ୍ ହଜାର ହଜାର କୋଟିରୁ ବି ଅଧିକ

25/12/2020 at 11:37 AM

ନୂଆଦିଲ୍ଲୀ, ୨୫।୧୨:    ତୁର୍କୀର ଏକ ସ୍ଥାନରେ ୯୯ ଟନ୍ ସୁନାର ସନ୍ଧାନ ମିଳିଛି । ଏହାର ମୂଲ୍ୟ ଅନେକ ଦେଶର ଜିଡିପିରୁ ମଧ୍ୟ ଅଧିକ । ସୁନାର ଏତେ ବଡ ଖଣିର ସନ୍ଧାନ କରିଥିବା ଫାହରେଟିନ୍ ପୋୟାର୍ଜ ଏନେଇ ସୂଚନା ଦେଇଛନ୍ତି । ପୋୟାର୍ଜ ତୁର୍କୀର ଏଗ୍ରିକଲଚର୍ କ୍ରେଡିଟ୍ କୋ ଅପରେସନର ମୁଖ୍ୟ ଅଟନ୍ତି । ଏକ ସ୍ଥାନୀୟ ନ୍ୟୁଜ ଏଜେନ୍ସି ସହ ଆଲୋଚନାରେ ସେ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ ସେ ଏହି ସୁନା ଖଣିର କିଛି ଅଂଶ ବାହାର କରିବାରେ ସଫଳ ହେବେ । ଏଥିରେ ତୁର୍କୀର ଅର୍ଥବ୍ୟବସ୍ଥାକୁ ଫାଇଦା ମିଳିବ ।

ଚଳିତ ବର୍ଷ ତୁର୍କୀ ରେକର୍ଡ ସ୍ତରରେ ସୁନା ଉତ୍ପାଦନ କରିଛି । ୨୦୨୦ରେ ଦେଶରେ ମୋଟ୍ ୩୮ ଟନ୍ ସୁନା ଉତ୍ପାଦନ ହୋଇଛି । ଏଟାକାର ଶକ୍ତିମନ୍ତ୍ରୀ ଫାଥ୍ ଡାନମେଜ୍ କହିଛନ୍ତି ଯେ, ସେପ୍ଟେମ୍ବରରେ ୧୦୦ ଟନର ସୁନା ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା ।

ଏବେ ଦେଶରେ ଏତେ ବଡ ସୁନା ଖଣି ମିଳିବା ପରେ ଏହାର ମୂଲ୍ୟ ବାବଦରେ ଅନେକ ଅନୁମାନ ଲଗାଯାଉଛି । ଏହାର ଦାମ୍ ୬ ବିଲିୟନ ଡଲାରରୁ ମଧ୍ୟ ଅଧିକ ହେବ । ଏହା ଅନେକ ଦେଶର ଜିଡିପିଠୁ ଢେର୍ ଅଧିକ । ମାଲଦୀପର ଜିଡିପି ୪.୮୭ ବିଲିୟନ ଡଲାର ଥିବା ବେଳେ ବୁରଣ୍ଡି, ବାରବାଡୋସ, ଗୁଏନା, ମାଣ୍ଟେନଗରୀ, ମୋରିସିୟାନାର ଜିଡିପି ୬ ବିଲିୟନ ଡଲାରରୁ ବହୁତ କମ୍ ।

ଅନ୍ୟଦିଗରେ ସିରିୟାରୁ ତୁର୍କୀ ଅସୁଥିବା ସମସ୍ତ ଶରଣାର୍ଥୀଙ୍କ ସାହାଯ୍ୟ ପାଇଁ ୟୁରୋପୀୟ ୟୁନିଅନ ୫୯୦ ଡଲାରର ସହାୟତା ପାଇଁ ଯୋଜନା କରୁଛି । ୟୁରୋପୀୟ ୟୁନିଅନ ୧୮ ଲକ୍ଷ ଶରଣାର୍ଥୀଙ୍କୁ ଅର୍ଥ ଦେବ । ଏହାସହ ୭ ଲକ୍ଷ ଶିଶୁଙ୍କ ପାଠପଢା ଖର୍ଚ୍ଚ ବହନ କରିବ । ଏହି ଯୋଜନାକୁ ତୁର୍କୀର ରେଡ୍ କ୍ରିସେଣ୍ଟ୍ ମ୍ୟାନେଜ୍ କରୁଛି ।

   Related Posts