ସ୍ମାର୍ଟଫୋନ୍‌ରେ ରହିଥାଏ ସୁନା, ଜାଣନ୍ତୁ ଗୋଟିଏ ଫୋନ୍‌ରୁ କେତେ ମିଳେ ସୁନା ?  

Published By : Prameya-News7 Bureau | February 22, 2024 IST

ନୂଆଦିଲ୍ଲୀ ୨୨।୦୨: ପୁରୁଣା ଫୋନକୁ ଫିଙ୍ଗି ଦେଉଛନ୍ତି କି । ବୋଧେ ଅନେକ ଜାଣିନଥିବେ ପୁରୁଣା ସ୍ମାର୍ଟ ଫୋନରେ ଅଛି ସୁନା । ଏବେ ପ୍ରଶ୍ନ ହେଉଛି ଗୋଟିଏ ଫୋନରେ କେତେ ସୁନା ଅଛି ଏବଂ କେଉଁଠାରେ ଥାଏ ।  ବାସ୍ତବରେ, ପ୍ରତ୍ୟେକ ସ୍ମାର୍ଟଫୋନରେ ଏହାର ମାତ୍ରା ଅଧିକ କିମ୍ବା କମ୍‌ ହୋଇପାରେ ।

{"id":912381,"sizeSlug":"full","linkDestination":"none"}

ବାସ୍ତବରେ, ଏହାର ପ୍ରତ୍ୟେକ ସ୍ମାର୍ଟଫୋନରେ ଏହାର ମାତ୍ରା ଅଧିକ କିମ୍ବା କମ ହୋଇପାରେ। ଗୋଟିଏ ଫୋନରେ କେତେ ସୁନା ଅଛି ତାହା ସ୍ପଷ୍ଟ ଭାବରେ କୁହାଯାଇପାରିବନି । ଜାତିସଂଘର ରିପୋର୍ଟ ଅନୁଯାୟୀ, ୪୧ ଟି ଫୋନରୁ ୧ ଗ୍ରାମ ସୁନା ବାହାର କରାଯାଇପାରିବ। ଫୋନରେ କେବଳ ସୁନା ନୁହେଁ ତମ୍ବା ରୂପା ପରି ଅନେକ ଧାତୁ ଅଛି ।

{"id":912382,"width":840,"height":433,"sizeSlug":"full","linkDestination":"none"}

ଫୋନରେ ଅନେକ କଣ୍ଡକ୍ଟର ଅଛି, ଯାହା ବିଭିନ୍ନ ଧାତୁରେ ତିଆରି। ଏହାବ୍ୟତୀତ ଫୋନର ସର୍କିଟରେ ସୁନାର ଏକ ସ୍ତର ଅଛି । ଏହା ସ୍ୱତନ୍ତ୍ର କନେକ୍ସନ ଓ ଦୀର୍ଘ ସମୟ ପାଇଁ ବ୍ୟବହୃତ ହୁଏ। ଯାହା ଦୀର୍ଘ ସମୟ ପାଇଁ ବ୍ୟବହୃତ ହୁଏ । ଫୋନରେ ବହୁତ କମ୍ ସୁନା ରହିଥାଏ । ଏହାକୁ ବାହାର କରିବା ମଧ୍ୟ ବହୁତ କଷ୍ଟକର।

{"id":912383,"width":841,"height":471,"sizeSlug":"full","linkDestination":"none"}

ବିଶେଷଜ୍ଞମାନେ ହିଁ ଏହାକୁ କେବଳ କିଛି ମେସିନ୍ ମାଧ୍ୟମରେ ବାହାର କରିପାରିବେ । ତେବେ ଏଥିପାଇଁ ଅନେକ ଫୋନ୍ ବ୍ୟବହାର କରାଯାଏ । ଅନେକ ଫୋନରୁ ସୁନା ବାହାର କରିବା ପରେ କେବଳ ଗୋଟିଏ ଗ୍ରାମ ସୁନା ସଂଗ୍ରହ କରାଯାଇଥାଏ ।

You Can Read:

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.