ସୁନା ଯେମିତି ବଢିଲା ସେମିତି କମୁଛି, ମଙ୍ଗଳବାର କମିଲା ୫୦୦: ରୂପା କିଲୋ କମିଛି ୧୬୦୦ ଟଙ୍କା
25/08/2020 at 5:43 PM

ନୂଆଦିଲ୍ଲୀ ୨୪।୦୮: ଅନ୍ତରାଷ୍ଟ୍ରୀୟ ସ୍ତରରେ ଦର ହ୍ରାସ ହେବାରୁ ଘରୋଇ ବଜାରରେ ମଧ୍ୟ ସୁନାର ଦାମ ଖସିଛି। ମଙ୍ଗଳବାର ଦିଲ୍ଲୀର ସରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୫୦୦ ଟଙ୍କା ଶସ୍ତା ହୋଇଛି। ଅନ୍ୟପଟେ ରୂପାର ଦାମ ମଧ୍ୟ ଏକ କିଲୋଗ୍ରାମ ପ୍ରତି ୧୬୦୬ ଟଙ୍କା କମ ହୋଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ଭାଇରସ ଭାକସିନରେ ବିଳମ୍ବ ଘଟିଲେ ମଧ୍ୟ ଚିକିତ୍ସାକୁ ନେଇ ଲୋକଙ୍କ ମଧ୍ୟରେ ସକରାତ୍ମକ ମାହୋଲ ରହିଛି। ଅନେକ ଭାକସିନର ପରୀକ୍ଷଣରେ ଭଲ ପରିଣାମ ଦେଖିବାକୁ ମିଳିଛି। ଏଥିପାଇଁ ଆମେରିକା ଓ ଏସିଆ ବଜାରରେ ଉତ୍ସାହ ପରଲଖିତ ହୋଇଛି। ନିବେଶକ ସୁନାରେ ମୁନାଫା ଆଦାୟ କରିବା ଜାରି ରଖିଛନ୍ତି।
ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ ମଙ୍ଗଳବାର ଦିଲ୍ଲୀର ସରାଫା ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧତା ସୁନାର ଦାମ ୧୦ ଗ୍ରାମ ପ୍ରତି ୫୨,୯୦୭ ଟଙ୍କାରୁ ଖସି ୫୨,୩୫୦ ଟଙ୍କା ରହିଛି। ଏହି ସମୟରେ ସୁନା ୧୦ ଗ୍ରାମ ପିଛା ୫୫୭ ଟଙ୍କା ଶସ୍ତା ହୋଇଛି। ମୁମ୍ବାଇରେ ୯୯.୯ ପ୍ରତିଶତ ସୁଦ୍ଧ ସୁନାର ଦାମ ୧୦ ଗ୍ରାମ ପିଛା ୫୧,୬୨୮ ଟଙ୍କା ରହିଛି।
ମଙ୍ଗଳବାର ସୁନା ପରି ରୂପାର ଦାମ ମଧ୍ୟ ହ୍ରାସ ଘଟିଛି। ଦିଲ୍ଲୀରେ ଗୋଟିଏ କିଲୋଗ୍ରାମ ରୂପାର ଦାମ୍ କିଲୋଗ୍ରାମ ପ୍ରତି ୧୬୦୬ ଟଙ୍କା ଶସ୍ତା ହୋଇ ୬୮,୩୪୨ ଟଙ୍କାରୁ ଖସି ୬୬,୭୩୬ ଟଙ୍କା ରହିଛି। ମୁମ୍ବାଇରେ ରୂପା ଦର ହ୍ରାସ ଘଟି କିଲୋଗ୍ରାମ ପିଛା ୬୪,୮୮୧ ଟଙ୍କା ରହିଛି।