ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍‌ ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | March 08, 2021 IST

ବାଲିପାଟଣା, ୦୮/୦୩: ଦିନ ଦ୍ୱୀପ୍ରହରରେ ଜଣେ ଶିକ୍ଷାୟତ୍ରୀଙ୍କ ବେକରୁ ଲୁଟେରା ୧୨ ଗ୍ରାମ୍ ଓଜନର ସୁନା ଚେନ୍ ଝାମ୍ପି ନେଇଛନ୍ତି। ଏଭଳି ଘଟଣା ବାଲିପାଟଣା ଥାନା ବନମାଳିପୁର ଖଇରିପୁର ଗ୍ରାମ ରାସ୍ତାରେ ଘଟିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଗଡଚାରିପଡା ଗ୍ରାମର ସଂଧ୍ୟାରଣୀ ଜେନା ଚଣାହଟ୍ଟା ଉଚ୍ଚ ବିଦ୍ୟାଳୟରେ ହିନ୍ଦି ଶିକ୍ଷୟିତ୍ରୀ ଚାକିରୀ କରନ୍ତି । ସଂଧ୍ୟାରଣୀ ବିଦ୍ୟାଳୟରୁ  ଅଟୋ ଯୋଗେ ଫେରି ଚାଲି ଚାଲି ଘରକୁ ଯାଉଥିଲେ ।

ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ସଂଧ୍ୟାରାଣୀଙ୍କୁ ଅଟକାଇଥିଲେ । ଜଣେ ଲୁଟେରା ସଂଧ୍ୟାରାଣୀଙ୍କ ପାଟିକୁ ଚାପି ଧରିବା ବେଳେ ଅନ୍ୟ ଜଣେ ଲୁଟେରା ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲା । ପରେ ଖବର ପାଇ ବାଲିପାଟଣ ପୋଲିସ୍‌ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.