ମହିଳାଙ୍କୁ ଆକ୍ରମଣ କରି ଝାମ୍ପିନେଲେ ସୁନା ଚେନ୍, CCTVରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | January 14, 2021 IST

ବାଲିପାଟଣା ୧୪।୧: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁରରେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍ । ମନ୍ଦିରକୁ ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁଇ ଲୁଟେରା । ଏକ ବାଇକରେ ଦୁଇ ଜଣ ଲୁଟେରା ମହିଳାଙ୍କୁ ଏକାକି ଦେଖି ୧୭ ଗ୍ରାମ ଓଜନର ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚାରି ଛକ ଅଞ୍ଚଳର ଅମ୍ବିକା ସାହୁ ନିଜ ବାପଘର ବନମାଳୀପୁର ଆସିଥିଲେ । ସଂକ୍ରାନ୍ତି ଥିବାରୁ ଗ୍ରାମ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ନିଜ ଛୋଟ ପୁଅକୁ ସାଙ୍ଗରେ ନେଇ ଯାଉଥିଲେ । ଏହି ସମୟରେ ଏକ ବାଇକ୍ ରେ ଦୁଇ ଜଣ ଲୁଟେରା ଅମ୍ବିକାଙ୍କ ପାଖରେ ବାଇକ୍ ଅଟକାଇଥିଲେ । କିଛି ବୁଝିବା ଆଗରୁ ତାଙ୍କ ବେକକୁ ଚିପି ଧରି ଥିଲା ଜଣେ ଲୁଟେରା । ଏହା ପରେ ମହିଳାଙ୍କ ଶିଶୁପୁତ୍ରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏଥିରେ ଅମ୍ବିକା ଭୟଭୀତ ହୋଇଯାଇଥିଲେ । ଲୁଟେରାମାନେ ଅମ୍ବିକାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଫେରାର ହେବା ସମୟରେ ସିସିଟିଭିରେ ଲୁଟେରାମାନଙ୍କର ଭିଜୁଆଲ ରେକର୍ଡ ହୋଇଛି । ଲୁଟ୍ ସମ୍ପର୍କରେ ଥାନାରେ ଲିଖିତ ଏତଲା ଦେଇଛନ୍ତି ଅମ୍ବିକାଙ୍କ ଭାଇ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.