ମହିଳାଙ୍କ ବେକରୁ ସୁନା ହାର ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 15, 2019 IST

ଆଠଗଡ ୧।୧୦: ଆଠଗଡ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ହରଡାଗହିର ଛକ ନିକଟରେ ମହିଳାଙ୍କ ବେକରୁ ସୁନା ହାର ଲୁଟ୍ ହୋଇଛି । ବାଇକରେ ୨ଜଣ ଦୁର୍ବୃତ୍ତ ଆସି ଲୁଟ୍ କରି ଘଣ୍ଟିଖାଲ ଆଡକୁ ଫେରାର ହୋଇଯାଇଛନ୍ତି । ଆହତ ମହିଳା ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବ୍ୟକ୍ତି ଜଣଙ୍କ ତାଙ୍କ ଭଉଣୀ ଏବଂ ଭଣଜା ସହ ବାଇକରେ ନରସିଂହପୁର  ସିଆରିଆ ଗାଁରୁ କଟକ ଯାଉଥିବାବେଳେ ଦୁର୍ବୃତ୍ତମାନେ ପିଛା କରି ହରିଡାଗହିର ଛକ ନିକଟରେ  ମହିଳାଙ୍କ ମୁହଁକୁ ଲିକୁଇଡ ସ୍ପ୍ରେ କରି ବେକରୁ ସୁନା ଚେନ୍ ଓ କାନଫୁଲ ଲୁଟି ନେଇଛନ୍ତି । ଲୁଟ୍ ଶିକାର ହୋଇଛନ୍ତି ନରସିଂହପୁର କାନପୁର ଥାନା ଅନ୍ତର୍ଗତ ସିଆରିଆର ରଶ୍ମୀତା ସାହୁ ଓ ତାଙ୍କ ଭାଇ ରମାକାନ୍ତ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.