ଦୋକାନରୁ ଚକ୍‌ଲେଟ୍‌ କିଣିବା ବାହାନାରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ୍‌, ଗୋଡ଼ାଇ ଗୋଡ଼ାଇ ଧରିଲେ ମହିଳା

Published By : Prameya-News7 Bureau | June 22, 2022 IST

ସୋର, ୨୨/୦୬: ମହିଳାଙ୍କ ବେକରୁ ସୁନା ଚେନ ଲୁଟ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଟେକଚନ୍ଦନପୁର ଗ୍ରାମରେ ଜଣେ ମହିଳାଙ୍କ ବେକରୁ ଜଣେ ଯୁବକ ସୁନା ଚେନ ଲୁଟ କରି  ଫେରାର ହୋଇଯାଉଥିବା ବେଳେ ଲୁଟେରା ପଛରେ ଗୋଡ଼ାଇ ଗୋଡାଇ ତାକୁ ଧରିଲେ ମହିଳା  l ପରେ ଗାଁ ଲୋକେ ଲୁଟେରାକୁ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଥିବା ଜଣାପଡିଛି। 

ଟେକ ଚନ୍ଦନପୁର ଗ୍ରାମର ଭାନୁମତି ତିଆଡ଼ି ଦୋକାନରୁ ଘରକୁ ଫେରୁଥିବା ବେଳେ ଖଇରା ଥାନା ନନ୍ଦୁରୁ ଗ୍ରାମର ଅଶୋକ ଦାସ ଏକ ସ୍କୁଟିରେ ଆସି ଭାନୁମତିଙ୍କ ବେକରୁ ସୁନା ଚେନ ଛିନ୍ତାଇ କରି  ପଳାଇ ଯାଉଥିଲା l ଭାନୁମତୀ ସ୍କୁଟି ପଛରେ ଗୋଡ଼ାଇ ଲୁଟେରାକୁ ଧରି ତା ସ୍କୁଟି ଚାବି କାଠି ଛଡାଇ ଆଣିଲେ l ସ୍ଥାନୀୟ ଲୋକେ ଲୁଟେରା ଅଶୋକକୁ ଧରି ହାତ ଗୋଡ଼ ବାନ୍ଧି  ଉତ୍ତମ ମଧ୍ୟମ ଦେଇ ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରା ଅଶୋକକୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚରା ଜାରି ରଖିଛନ୍ତି। ଅନ୍ୟପଟେ  ଯୁବକଙ୍କ ଠାରୁ ସ୍କୁଟି ଓ ସୁନା ଚେନକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.