oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ପରିବା କିଣି ଫେରୁଥିବା ବେଳେ ପଛରୁ ବାଇକ୍‌ରେ ଆସି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

12/05/2022 at 9:08 PM

ଖଲ୍ଲିକୋଟ ୧୨/୫: କିଛି ଦିନ ନିରବତା ପରେ ଗଞ୍ଜାମରେ ପୁଣି ମାତିଲେ ଲୁଟେରା। ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍‌ତାଇ ଲୁଟ୍ ଆରମ୍ଭ। ନାଲି ବାଇକ୍‌ରେ ଆସିଲେ, ରାସ୍ତାରେ ଯାଉଥିବା ମହିଳାଙ୍କ ଠାରୁ ସୁନା ଚେନ୍ ଝାମ୍ପିନେଲେ। ଛତ୍ରପୁର ଥାନା ଅଧିନ ଦେବି ନଗର ଦ୍ଵିତୀୟ ଲାଇନରେ ଏହି ଘଟଣା ଘଟିଛି।

ଲୁଟର ଶିକାର ହୋଇଚନ୍ତି ଏ. ସୁଲୋଚନା ନାମକ ମହିଳା। ସୂଚନା ଅନୁଯାୟୀ ଏ. ସୁଲୋଚନା ସନ୍ଧ୍ୟା ସମୟରେ ବଜାରରୁ ପରିବା ଧରି ନିଜ ଘର ରାମକୃଷ୍ଣ ନଗର ଷଷ୍ଠ ଲାଇନକୁ ଏକୁଟିଆ ଚାଲି ଚାଲି ଫେରୁଥିବା ବେଳେ ଦେବୀ ନଗର ଦ୍ଵିତୀୟ ଲାଇନରେ ଗୋଟିଏ ବାଇକରେ ଦୁଇ ଜଣ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ଫେରାର ହୋଇଯାଇଛନ୍ତି।

ଦୁର୍ବୃତ୍ତମାନେ ସୁନା ଚେନ୍ ଝାମ୍ପି ନେବା ପରେ ସେଠାରେ କିଛି ଲୋକ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ଲୁଟେର ଫେରାର୍ ହୋଇଯାଇଥିଲେ। ଚେନ୍‌ଟି ତିନି ତୋଳା ସୁନାର ବୋଲି ମହିଳା ଜଣଙ୍କ କହିଛନ୍ତି। ଘଟଣା ବିଷୟରେ ଖବର ପାଇଁ ଛତ୍ରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ନିକଟରେ ଥିବା ସିସିଟିଭି ଫୁଟେଜ୍‌ରେ ଫେରାର ଦୃଶ୍ୟ ଏକଦ ହୋଇଥିବା ବେଳେ ପୁଲିସ ପୁଟେଜ୍ ଚେକ୍ କରି ଲୁଟେରାମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଛି। ସୂଚନା ଥାଉକି, ଛତ୍ରପୁରରେ ଏବେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ଲୁଟେରାଙ୍କ ପ୍ରଦୃଭାବ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

   Related Posts