ପଲ୍‌ସରରେ ଆସି ଚେନ୍‌ ଲୁଟିିନେଲେ ଦୁର୍ବୃତ୍ତ, ଥାନାରେ ଅଭିଯୋଗ କଲେ ମହିଳା

Published By : Prameya-News7 Bureau | December 04, 2022 IST

ନିଶ୍ଚିତକୋଇଲି, ୪/୧୨: ମାସେ ନପୁରୁଣୁ ଆଉ ଏକ ରାଜରାସ୍ତାରେ ଲୁଟ୍ । ଦିନ ଦ୍ବିପ୍ରହରରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରା। କଟକ-କେନ୍ଦ୍ରପଡା ରାସ୍ତାର ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ପଟ୍ଟାମୁଣ୍ଡାଇ ଠାରେ ଏକ ବିଭାଘରରେ ଯୋଗଦେବା ପାଇଁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ବାଇକରେ ଯାଉଥିବା ବେଳେ, ପଛପଟୁ କଳାରଙ୍ଗର ଏକ ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ କ୍ଷୀପ୍ର ବେଗରେ ଆସି ମହିଳାଙ୍କ ବେକରୁ ସୁନା ଚେନକୁ ଛିଣ୍ଡାଇ ନେଇଥିଲେ ।

ସେମାନେ କେନ୍ଦ୍ରାପଡ଼ା ଆଡ଼କୁ ପଳାଇ ଯାଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଲୁଟେରାଙ୍କ ଟେର ପାଇ ପାରିନି । ଗତମାସ ୧୩ ତାରିଖରେ ଏହି ରାସ୍ତାର ରାଣୀପଡା ଛକ ନିକଟରୁ ଦିନ ଦ୍ୱିପ୍ରହରରେ ଏକ ମିକ୍ସଚର ଗାଡ଼ିରୁ ଲୁଟେରା ବନ୍ଧୁକ ଦେଖାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ କରି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଘଟଣାରେ ସଂପୃକ୍ତି ଥିବା ଲୁଟେରାଙ୍କ ଟେର୍ ପାଇ ପାରିନି ନିଶ୍ଚିନ୍ତକୋଇଲି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.