vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଛତ୍ରପୁର ସହରରେ ପୁଣି ମାତିଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍‌ ଝାମ୍ପି ନେଲେ

19/05/2022 at 7:08 PM

ଖଲ୍ଲିକୋଟ, ୧୯।୦୫: କିଛିଦିନର ନିରବତା ପରେ ଛତ୍ରପୁର ସହରରେ ପୁଣି ମାତିଲେ ଚେନ ଲୁଟେରା । ସ୍ପଷ୍ଟ ଦିବାଲୋକରେ ବାଇକରେ କିଛି ଦୁର୍ବୃତ୍ତ ଆସି ଆଖି ପିଛୁଳାରେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍‌ ଝାମ୍ପି ନେଲେ ଲୁଟେରା । ଛତ୍ରପୁର ଥାନା ଅଧୀନ ବ୍ୟାରେକ ସାହି ଗଣେଶ ମନ୍ଦିର ନିକଟରେ ଘଟିଛି ଏହି ଲୁଟ୍‌ ଘଟଣା । ଆଉ ଲୁଟର ଶିକାର ହୋଇଛନ୍ତି ରାମକୃଷ୍ଣ ନଗରର ପିଙ୍କି କୁମାରୀ ସାହୁ l

ସୂଚନା ଅନୁଯାୟୀ ପିଙ୍କି ତାଙ୍କ ପୁଅ ଓ ଝିଅଙ୍କ ସହ ଏକ ଭୋଜି ଖାଇବାକୁ ଚାଲି ଚାଲି ଯାଉଥିବା ବେଳେ ବ୍ୟାରେକ ସାହି ଗଣେଶ ମନ୍ଦିର ନିକଟରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ପିଙ୍କିଙ୍କ ବେକରୁ ସୁନା ହାର ଓ ଚେନ ଝାମ୍ପି ଫେରାର ହୋଇଯାଇଥିଲେ । ସୁନା ହାର ପାଖାପାଖି ତିନି ତୋଳା ହୋଇଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇଁ ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଂଜନ ପ୍ରଧାନ ଓ ସବଇନିସ୍ପପେକ୍ଟର ସିଲୁ ଧଳ ଘଟଣା ସ୍ଥଳରେ ପହଂଚି ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛନ୍ତି l

   Related Posts