ବାସୁଦେବପୁରରେ ଲୁଟେରାଙ୍କ ଦୌରାତ୍ମ୍ୟ: ସୁନା ଟଙ୍କା ଲୁଟିଲେ,ସିସିଟିଭି ତାଡିଲେ

Published By : Prameya-News7 Bureau | May 23, 2024 IST

ବାସୁଦେବପୁର୨୩/୦୫: ଭଦ୍ରକ ବାସୁଦେବପୁର ପୌରପାଳିକା ୨ନମ୍ବର ୱାର୍ଡର ରାଧାକାନ୍ତପୁରରେ ମାତିଛନ୍ତି ଲୁଟେରା । ବୁଧବାର ବିଳମ୍ବିତ ରାତିରେ ସୁଶାନ୍ତ କୁମାର ପାଲଙ୍କ ଚିଙ୍ଗୁଡି ଖାଦ୍ୟ କାର୍ଯ୍ୟାଳୟରୁ ଟଙ୍କା ସୁନା ଲୁଟିନେଇଛନ୍ତି ଲୁଟେରା । 

ରାତି ପ୍ରାୟ ୧୧ଟା ସମୟରେ ୫ରୁ ଅଧିକ ବ୍ୟକ୍ତି ଅଫିସ କବାଟକୁ ଧକ୍କା ମାରି ଭିତରେ ପଶିଥିଲେ । ଶୋଇଥିବା ୩ ଜଣ କର୍ମଚାରୀଙ୍କୁ ମାଡ ମାରି କାବୁ କରିବା ସହ ସେମାନଙ୍କର ଏଟିଏମ କାର୍ଡ ଓ ଫୋନ ନେଇଯାଇଛନ୍ତି । ପରେ ମାଲିକ ସୁଶାନ୍ତ ଶୋଇଥିବା ରୁମର କବାଟ ଭାଙ୍ଗି ପଶିବା ସହ ଲୁଟ୍‌ପାଟ୍‌ କରିଛନ୍ତି । 

ଆଲମିରା କବାଟ ଭାଙ୍ଗି ନଗଦ ୧୩ ଲକ୍ଷ ଟଙ୍କା ଓ ଗୋଟିଏ ସୁନାର ବ୍ରେସଲେଟ ନେଇଯାଇଛନ୍ତି । କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ କରିବାକୁ ଗଲାବେଳେ ସାଙ୍ଗରେ ସିସିଟିଭି ଖୋଲି ନେଇଯାଇଛନ୍ତି।ପୋଲିସରେ ଅଭିଯୋଗ ପରେ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.