scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ

10/08/2022 at 8:28 AM

ବ୍ରହ୍ମପୁର ୧୦/୦୮: ଗତକାଲି ଅପରାହ୍ନରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗକୁ ଏକ କାରରୁ ମିଳିଲା କୋଟିଏ ୨୨ ଲକ୍ଷର ନଗଦ ଟଙ୍କା । ଜବତ ଟଙ୍କା ସହ ଅଟକ ବ୍ୟକ୍ତିଙ୍କୁ ପୁଲିସକୁ ହସ୍ତାନ୍ତର କରିଥିଲେ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ।

ତେବେ ଅଟକ ମହାରାଷ୍ଟ୍ର ବ୍ୟକ୍ତି ଭରତ ଗୋଖେ ନାୟକଙ୍କୁ ପଚରା ଉଚରା ବେଳେ ସ୍ଥାନୀୟ ସୁନା ବ୍ୟବସାୟୀଙ୍କ ଠାରୁ ୨୦ ଟି ସୁନା ବିସ୍କୁଟ ଜବତ ହୋଇଛି । ଘଟଣାକୁ ନେଇ ପୋଲିସ ଆୟକର ଓ GST ବିଭାଗର ଯୋଗାଯୋଗରେ ସହରର କିଛି ସୁନା ବ୍ୟବସାୟୀଙ୍କୁ ପୋଲିସର ପଚରା ଉଚରା ଜାରି । ମହାରାଷ୍ଟ୍ରର ଭରତ ଏଠାକାର କିଛି ସୁନା ବ୍ୟବସାୟୀଙ୍କୁ ସୁନା ବିକ୍ରିକରି ନଗଦ ଟଙ୍କା ନେଇ ଯାଉଥିବା ବେଳେ ଧରାପଡିଲା ।

   Related Posts