ହ୍ରାସ ପାଇବା ପରେ ବୃଦ୍ଧି ହେଲା ସୁନା ଓ ରୂପା ଦର
22/02/2020 at 6:20 PM

ନୂଆଦିଲ୍ଲୀ ୨୨।୦୨: କିଛି ଦିନ ଧରି ସୁନା-ରୂପା ଦର ହ୍ରାସ ପାଇବା ପରେ ପୁଣି ଲଗାତର ଭାବେ ବୃଦ୍ଧି ପାଇବାର ଲାଗିଛି ଦର । କିଛି ଦିନ ହେଲା ସୁନ-ରୂପା ଦର ରେକର୍ଡ ଭାବେ ବୃଦ୍ଧି ପାଇଛି । ମହାଶିବରାତ୍ର ଦିନ ଦିଲ୍ଲୀ ସରଫା ବଜାର ବନ୍ଦ ରହିଥିଲା । କିନ୍ତୁ ବିଶ୍ବ ବଜାରରେ ସୁନା-ରୂପାର ଦରଦାମରେ ବୃଦ୍ଧି ପାଇଛି । ଶୁକ୍ରାବାର ଦିନ ସୁନା ୧୦ଗ୍ରାମ ପିଛା ୪୨,୭୯୦ଟଙ୍କା ରହିଥିଲା । ଏହା ୩ମାସର ସବୁଠାରୁ ଅଧିକ ସୁନା ଦାମ୍ । ଶନିବାରେର କୋଲକତାରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନାଦର ୪୨,୯୬୦ ଟଙ୍କା ଥିଲା ।

ତେବେ ଆସନ୍ତୁ ଜାଣିବା କଣ ପାଇଁ ବୃଦ୍ଧି ପାଇବାର ଲାଗିଛି ସୁନା ଦାମ୍-
୧. କରୋନା ଭାଇରସ ଲାଗି ଗ୍ଲୋବାଲ ଗ୍ରୋଥ ଚିନ୍ତାର ବିଷୟ
୨.ଗ୍ଲୋବାଲ ଗ୍ରୋଥ କମିବା ଯୋଗୁଁ ବଜାରରେ ନିବେଶ ଚାହିଁଥାଏ ।

୩. ସେଣ୍ଟ୍ରାଲ ବ୍ୟାଙ୍କରେ କିଣାବିକା ଆଗକୁ ବଢିବା ଅନୁମାନ
୪.୨୦୨୦ରେ ଫିଡ୍ ଦରରେ ଅସ୍ତିରତା
୫. ଗ୍ଲୋବାଲରେ ରାଜନୈତିକ ସଂକଟ
୬.ବିଦେଶୀ ମୁଦ୍ରା ତୁଳନାରେ ଟଙ୍କା ଦୁର୍ବଳ ହେବ
୭. ବାହାଘର ଓ ଅକ୍ଷୟ ତୃତୀୟରେ ସୁନାର ହାଇ ଡିମାଣ୍ଡ ଲାଗି