ପୁଣି କମିଲା ସୁନା ଓ ରୂପା ଦର

Published By : Prameya-News7 Bureau | October 13, 2019 IST

ନୂଆଦିଲ୍ଲୀ - ଏବେ ଦୂର୍ଗାପୂଜା ଓ ଦଶହରା ଶେଷ ହେବା ପରେ ଦୀପାବଳି ଉତ୍ସବ ପାଇଁ ଦେଶ ପ୍ରସ୍ତୁତ ହେଉଛ । ଅନେକ ସ୍ଥାନରେ କୁମାର ପୂର୍ଣ୍ଣିମା ସହ ଗଜଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଛି । ଏବେ ଦେଶରେ ସୁନା ଓ ରୂପା ଦର ହ୍ରାସ ପାଇଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁନାଦର ପ୍ରତି ଦଶଗ୍ରାମ ୪୨ ହଜାର ଟଙ୍କା ପାର କରିଥିଲା । ଏବେ ଦିଲ୍ଲୀର ଅଳଙ୍କାର ଓ ସୁନାରୂପା ବିକ୍ରି ହେଉଥିବା ସରଫା ବଜାରରରେ ସୁଦ୍ଧ ୨୪ କ୍ୟାରେଟ୍‌ ସୁନା ୪୩୦ ୦ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପ୍ରତି ୩୯,୧୪୦ ଟଙ୍କରେ ପହଞ୍ଚିଛି । ସେହିପରି ରୂପ କିଲୋ ପ୍ରତି ୩୬୦ ଟଙ୍କା ହ୍ରାସ ପାଇ ୪୬,୬୪୦ ଟଙ୍କାରେ ପହଞ୍ଚିଛି ।

{"id":163162}

ଅନ୍ତରାଷ୍ଟ୍ରୀୟ ବଜାରରରେ ସୁନାଦର ହ୍ରାସ ପାଇଛି। ଚୀନ୍‌ ଓ ଆମେରିକାର ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ଚାଲିଥିବା ବେଳେ ଏହାର ପ୍ରଭାବର ବଜାର ଓ ଅର୍ଥନୀତି ଉପରେ ପଡିଥିଲା । ମାତ୍ର ଶୁକ୍ରବାରରେର ସୁନାଦର ହ୍ରାସ ପାଇଛି। ପ୍ରତି ଆଉନସ୍‌ ସୁନା ୧,୪୮୨.୧୦ ଡଲାରରୁ ୨୨ ଡଲାର ହ୍ରାସ ପାଇ ୧୪୮୮.୬୫ ଡଲାରରେ ପହଞ୍ଚିଛି ।
ରୂପା ଦର ୧୭.୫୩ ଡଲାର ପ୍ରତି ଆଉନସ୍‌ ହ୍ରାସ ପାଇଛି । । ଗତ ଚାରି ଦିନ ଧରି ସୁନାଦର ବୃଦ୍ଧି ପାଇବା ପରେ ଏବେ ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.