oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଲଗାତାର ୨ୟ ଦିନରେ ଆହୁରି କମିଲା ସୁନା-ରୂପା ଦାମ୍, ଜାଣନ୍ତୁ କେତେ ରହିଛି ମୂଲ୍ୟ

8/01/2021 at 11:01 AM

ନୂଆଦିଲ୍ଲୀ ୦୮।୦୧: ଲଗାତର କିଛି ଦିନ ଧରି ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଏବେ ଭାରତୀୟ ବଜାରରେ ସୁନା ଓ ରୂପାର ଦାମ୍‌ ହ୍ରାସ ପାଇବାରେ ଲାଗିଛି । ଲଗାତର ୩ୟ ଦିନରେ ୨ ଥର ପାଇଁ ସୁନା ଓ ରୁପା ହ୍ରାସ ପାଇଛି । MCXରେ ସୁନା ୦.୨୫ ପ୍ରତିଶତ ହ୍ରାସ ପାଇଁ ୫୦,୭୭୫ ଟଙ୍କା ପ୍ରତି ୧୦ଗ୍ରାମକୁ ରହିଛି । ମଙ୍ଗଳବାର ଦିନ ପ୍ରତି ୧୦ଗ୍ରାମକୁ ୧୨୦୦ ଟଙ୍କା ହ୍ରାସ ପାଇବା ପରେ ୦.୮୫ ପ୍ରତିଶତ ବୃଦ୍ଧି ଘଟିଥିଲା । ବିଶ୍ୱ ବଜାରରେ ସୁନା ପ୍ରତି ଆଂସକୁ ୧,୯୧୧,୩୨ ଡଲାର ରହିଛି ।

ନୂଆଦିଲ୍ଲୀରେ ଆଜି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୪୯,୬୫୦ ପ୍ରତି ୧୦ଗ୍ରାମକୁ ରହିଥିବା ବେଳେ ଚେନ୍ନାଇ ଏହି ହ୍ରାସ ପାଇଛି । ଚେନ୍ନାଇରେ ଏହି ଦାମ୍‌ ୪୮,୦୫୦ ଟଙ୍କା ରହିଛି । ମୁମ୍ବାଇରେ ଏହି ଦାମ୍‌ ୫୦.୦୫୦ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୪କ୍ୟାରେଟ୍‌ ସୁନା ଦାମ୍‌ ୫୨,୪୧୦ ପ୍ରତି ୧୦ ଗ୍ରାମ ରହିଥିବା ରାଜଧାନୀରେ ସୁନା ଗୁରୁବାର ଦିନ ୭୧୪ ଟଙ୍କା ହ୍ରାସ ପାଇ ୫୦,୩୩୫ ପ୍ରତି ୧୦ଗ୍ରାମକୁ ରହିଛି । ଅନ୍ୟପଟେ ରୂପାର ଦାମ ମଧ୍ୟ ହ୍ରାସ ପାଇଛି । ରୂପା କିଲୋଗ୍ରାମ ପ୍ରତି ୩୮୬ ଟଙ୍କା ହ୍ରାସ ପାଇ ୬୯,୭୦୮ରେ ରହିଛି ।

ସୂଚନାନୁଯାୟୀ, ଆସନ୍ତା ବର୍ଷରେ ବଜାରରେ ଡଲାର ଦର ହ୍ରାସ ପାଇବାର ଆଶଙ୍କା ରହିଛି । ଯାହାଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୬୩ ହଜାର ପାର୍‌ ହୋଇପାରେ ବୋଲି ଅନୁମାନ କରାଯାଉଥିବାବେଳେ ରୁପାର ଦାମ୍‌ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୦୨୦ରେ କରୋନା ଭାଇରସ ଲାଗି ଆର୍ଥିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଗକୁ ପରିଲିକ୍ଷିତ ହୋଇପାରେ ।

   Related Posts